ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣି ବୈଠକ ଅନୁଷ୍ଠିତ

0
311
ପ୍ରାଥମିକ ଶିକ୍ଷକ ସଂଘର

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୯/୪) : ବୋରିଗୁମ୍ମା ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ କୋରାପୁଟ ଜିଲ୍ଲା ର ଚଉଦ ଟି ବ୍ଲକ ର ଦୁଇଜଣ ଲେଖାଁଏ ଶିକ୍ଷକ ପ୍ରତିନିଧି ଯୋଗଦାନ କରିଥିଲେ ।WhatsApp Image 2022 04 09 at 10.43.32 AM ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣି ବୈଠକ ଅନୁଷ୍ଠିତ

ରାଜ୍ୟ ସଂଘ ର ଜୋନାଲ ସମ୍ପାଦକ ଏବଂ ଜିଲ୍ଲା ସଂଘ ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ଚେଷ୍ଟା କରିବେ ବୋଲି ମତ ସାବ୍ୟସ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଟିକୁ ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ଉପଦେଷ୍ଟା ସି.ଏଚ. ନାଗେଶ୍ୱର ରାଓ, ମୃତ୍ୟୁଞ୍ଜୟ ପଣ୍ଡା, ଏନ୍. କାମେଶ୍ୱର ରାଓ, ଲଳୀତ କୁମାର ପଟ୍ଟନାୟକ, କିଶୋର ଚନ୍ଦ୍ର ସାହୁ, ବିନାୟକ ପୂଜାରୀ, ପ୍ରଶାନ୍ତ କୁମାର ଗୌଡ, ମହେନ୍ଦ୍ର ଶତପଥି, ଅନୀଲ ଦେବତା, ନୀଳାଚଳ ହୋତା, ଲମ୍ବଦୋର ପଣ୍ଡା, ନୀଳକଣ୍ଠ ଭାତଭୋଇ, ସୁରେନ୍ଦ୍ର ତ୍ରିପାଠୀ, ବିଜୟ କୁମାର ଷଡଙ୍ଗୀ ଏବଂ କନିଷ୍ଠ ଶିକ୍ଷକ ସଂଘ ର ରବିନ ସାହୁ, ସନ୍ତୋଷ ନାୟକ, ଶିବ ସାହୁ, ରାକେଶ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ସଂଗଠନ ସମ୍ପାଦକ କିଶୋର ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।