ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପନୀ ଉତ୍ସବ

0
128
ଆତ୍ମ ସୁରକ୍ଷା ତାଲିମ

ରିପୋର୍ଟ : ଅର୍ଜୁନ ହରିଜନ
କୁନ୍ଦୁରା, (୦୯/୦୪) : କୁନ୍ଦୁରା ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପନୀ ହୋଇଯାଇଛି ।WhatsApp Image 2022 04 09 at 10.42.51 AM 1 ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପନୀ ଉତ୍ସବ

ଏହି ଅବସର ରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହାପ୍ରଭା ମାଝୀ ଉକ୍ତ କାର୍ଯକ୍ରମରେ ଯୋଗ ଦେଇ ଛାତ୍ରୀଙ୍କୁ ନିଜର ସୁରକ୍ଷା ପାଇଁ ଶାରିରୀକ କ୍ଷମତା ଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ପାଇଁ କହିଥିଲେ । ସେହିପରି ଆତ୍ମ ସୁରକ୍ଷା ତାଲିମ ଶିବିର ରେ ସ୍ଥାନୀୟ ଥାନ ଆଈଆଈସି ଯୋଗ ଦେଇ ଝିଅ ମାନଙ୍କୁ ନିଜକୁ ଶାରିରୀକ ଦକ୍ଷତା ବୃଦ୍ଧି କରିବାର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ।

ଜୁନିୟର କଲେଜ ର ଅଧ୍ୟକ୍ଷ ରିତା କରନ୍ ଏବଂ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ନିଜ ନିଜ ର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉଭୟ କଲେଜ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ l