ରିପୋର୍ଟ : ଅର୍ଜୁନ ହରିଜନ
କୁନ୍ଦୁରା, (୦୯/୦୪) : କୁନ୍ଦୁରା ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପନୀ ହୋଇଯାଇଛି ।
ଏହି ଅବସର ରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହାପ୍ରଭା ମାଝୀ ଉକ୍ତ କାର୍ଯକ୍ରମରେ ଯୋଗ ଦେଇ ଛାତ୍ରୀଙ୍କୁ ନିଜର ସୁରକ୍ଷା ପାଇଁ ଶାରିରୀକ କ୍ଷମତା ଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ପାଇଁ କହିଥିଲେ । ସେହିପରି ଆତ୍ମ ସୁରକ୍ଷା ତାଲିମ ଶିବିର ରେ ସ୍ଥାନୀୟ ଥାନ ଆଈଆଈସି ଯୋଗ ଦେଇ ଝିଅ ମାନଙ୍କୁ ନିଜକୁ ଶାରିରୀକ ଦକ୍ଷତା ବୃଦ୍ଧି କରିବାର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ।
ଜୁନିୟର କଲେଜ ର ଅଧ୍ୟକ୍ଷ ରିତା କରନ୍ ଏବଂ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ନିଜ ନିଜ ର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉଭୟ କଲେଜ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ l