Friday, March 29, 2024

Top 5 This Week

Related Posts

ଗ୍ରୀଷ୍ମ ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ସରିଛି : ହେଲେ ଜଳଛତ୍ର ଖୋଲିନି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୪) : ଗଜପତି ଜିଲ୍ଲା ରେ ଗ୍ରୀଷ୍ମ ର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ସରିଯାଇଛି । କିନ୍ତୁ ଏ ଯାଏଁ କାଶୀନଗର ପୌର ପ୍ରଶାସନ ପ୍ରସ୍ତୁତି କରିଥିବା ଜଣା ପଡିନାହିଁ ।

ବର୍ତ୍ତମାନ କାଶୀନଗର ଓ ଆଖ ପାଖ ଅଞ୍ଚଳରେ ଖରା ବଢ଼ିଯାଇଛି । ଗ୍ରୀଷ୍ମ ର ପ୍ରକୋପ ପାଇଁ ଦିନ ର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଓ ଆଜି ର ତାପ ମାତ୍ରା, ୩୯ ଡିଗ୍ରୀ ରହିଛି । ଦିନ ୧୧ ଟା ପରେ କୌଣସି ଲୋକ ପଦାକୁ ବାହାରୁ ନାହାନ୍ତି । ପିଲାଙ୍କ ବିଦ୍ୟାଳୟ ସକାଳୁଆ ହୋଇସାରିଛି । ହେଲେ ପୌର ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

କୌଣସି ଯାଗାରେ ଜଳଛତ୍ର ଖୋଲା ଯାଇନାହିଁ । ବସ ଷ୍ଟାଣ୍ଡ ରେ ବିଶ୍ରାମ ନେବା ପାଇଁ କୌଣସି ଯାଗା ନାହିଁ । ଏଣୁ ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି । ଏଣୁ ପ୍ରଶାସନ ପ୍ରସ୍ତୁତି କରିବାକୁ ସାଧାରଣ ରେ ଦାବୀ ହୋଇଛି ।

Popular Articles