Related Contents

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହିଳା ମୃତ, ରାସ୍ତା ଅବରୋଧ

ରାୟଗଡା ଜିଲ୍ଲା ପ୍ରତିନିଧି(ଅମୁଲ୍ୟ ନିସଙ୍କ): ପଵଉଳକଣା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏହି ଦୁର୍ଘଟଣାରେ ଏକ ମହିଳା ମୃତ୍ୟୁ ବରଣ କରିଛନ୍ତି |

ଏହାକୁ ନେଇ ସ୍ଥାନୀୟ ଲୋକେ ୩୨୬ନମ୍ବର ରାସ୍ତା ଅବରୋଧ କରିଛନ୍ତି | ଏକ ଇନୋଭା ଏପି ୩୧ଵି ଏଜ ୨୨୨୨ନମ୍ବର ଏକ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଏକ ମହିଳା ମୃତ୍ୟୁ ବରଣ କରିଛି | ଘଟଣାଟି ଦିନ ୨.୧୫ମିନିଟ ସମୟରେ ଘଟିଥିଲା | ଖବର ପାଇଁ ଘଟଣା ସ୍ଥଳରେ ଅତିରିକ୍ତ ପୋଲିସ ଏସ ପି ଅଶୋକ ସାହୁ ଓ ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଲୋକେ କୌଣସି କଥା ଶୁଣିବା ନିମନ୍ତେ ରାଜି ନଥିଲେ | ଠିକ ୬. ୩୦ ସନ୍ଧ୍ୟା ସମୟରେ ରାୟଗଡା ବି ଡି ଓ ଓ ତହସିଲଦାର ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରିଥିଲେ | ଉତ୍ୟକ୍ତ ଲୋକେ କେବଳ ଘଟଣା ସ୍ଥଳରେ ଇନୋଭା ମାଲିକର ଉପସ୍ଥିତ ନିମନ୍ତେ ଅଡ଼ି ବସିଛନ୍ତି ଯଦ୍ୱାରା ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି, ବହୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବର୍ତମାନ ସୁଦ୍ଧା କୌଣସି ସମସ୍ୟାର ସମାଧାନ ହୋଇନାହିଁ |

Comments are closed.