ବଜାର ଗୃହ ନିର୍ମାଣ କାର୍ଯ୍ୟରେ ଅନିୟମିତତା

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ଗ୍ରାମ ପଞ୍ଚାୟତର ସଦର ଠାରେ ଏକ ବଜାର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏପର୍ଯ୍ୟନ୍ତ କାର୍ଯ୍ୟ ସରିନି କିନ୍ତୁ ଚୁନ ଲଗାଇବା କାର୍ଯ୍ୟ ସରିଗଲାଣି । ଏହି କାର୍ଯ୍ୟ ପାଇଁ କୈାଣସି ନାମଫଳକ କିମ୍ବା କୌଣସି ସାଇନ୍ ବର୍ଡ ଲାଗି ନାହିଁ । ଏହି ସ୍ଥାନରେ ପେଟା ଅଞ୍ଚଳର ସାପ୍ତାହିକ ବଜାର ହୋଉଛି । ଏବେ ଯୋଉ ସବୁ ଗୃହ ଅଛି, ସେସବୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏସବୁ ପରିଷ୍କାର କିମ୍ବା ଉନ୍ନତି ମୂଳକ କାର୍ଯ୍ୟ କରିବାପାଇଁ ଯୋଉ ସବୁ ଅର୍ଥ ନିୟନ୍ତ୍ରିତ ବଜାର କମିଟିକୁ ସରକାର ଦେଉଛନ୍ତି ସେସବୁ ଅର୍ଥ କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳର ଜନସାଧାରଣ |

Comments are closed.