Related Contents

ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ଢୋଲମହୁଲ ସ୍ଥିତ ମା ଶାରଳା ଶକ୍ତିପୀଠ ଆନୁକୂଲ୍ୟରେ ତଥା ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଦୁର୍ଗାମଣ୍ଡପ ଠାରେ ବାସନ୍ତିକ ଦୁର୍ଗାପୂଜା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି ।

ପୀଠର ମୁଖ୍ୟ ପୃଷ୍ଠପୋଷକ ଦେବୀପୁତ୍ର ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂରାଏ, ରବୀନ୍ଦ୍ର ପୁଟେଲ, ବିଭୁତି ଭୂଷଣ ସାହାଣୀ, ରଞ୍ଜିତ ରାଏ, ବ୍ରଜମୋହନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଏପ୍ରିଲ ୪ ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହେବ । ଏହି ଅବସରରେ ୪ ତାରିଖ କଳସ ଯାତ୍ରା ହେବା ସହିତ ୫ ରେ ରାମାୟଣ ମାନସ ପାରାୟଣ ଆରମ୍ଭ ହେବ । ଏଥିରେ ବ୍ୟାସ ଭାବେ ରାକେଶ ବେଦବାକ ଯୋଗ ଦେବେ । ୧୨ ତାରିଖରୁ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ତା ପରଦିନ ପୂର୍ଣ୍ଣାହୁତି ହେବ । ପ୍ରତ୍ୟହ ମାଙ୍କ ପୀଠରେ ଚଣ୍ଡୀପାଠ ଓ ହବନ ସାଙ୍ଗକୁ ପ୍ରସାଦ ସେବନ, ସନ୍ଧ୍ୟାରେ ମହା ଆଳତୀ ଏବଂ ରାତିରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମର ଆବାହକ ରବୀନ୍ଦ୍ର ପୁଟେଲ ସୂଚନା ଦେବା ସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ବିଭୁକୃପା ଲାଭ କରିବାକୁ ଅନୁରୋଧ କରିଛନ୍ତି।

Comments are closed.