Friday, March 29, 2024

Top 5 This Week

Related Posts

ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ପଥପ୍ରାନ୍ତ ନାଟକ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୮/୪) : ରାୟଗଡା ଜିଲ୍ଲା ପ୍ରଶାସନ ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମିଳିତ ସହଯୋଗ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଗୁଡିକୁ ସୁନିଶ୍ଚିତ କରାଇବା ନିମନ୍ତେ ଚାଲିଥିବା ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ପଥ ପ୍ରାନ୍ତ ନାଟକ ଦ୍ଵାରା ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।7c6545df d265 4113 aa31 5f84b33171f0 ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ପଥପ୍ରାନ୍ତ ନାଟକ

ପ୍ରକାଶ ଥାଉ କି ରାୟଗଡ ଜିଲ୍ଲା ପ୍ରଶାସନ ଏବଂ ବିଭନ୍ନ ବିଭାଗର ମିଳିତ ସହଯୋଗ କ୍ରମେ ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଗୁଡିକୁ ସୁନିଶ୍ଚିତ କରାଇବା ନିମନ୍ତେ “ପ୍ରଚେଷ୍ଟା” ନାମରେ ଏକ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଲା ସମସ୍ତ ସ୍କୁଲ ଯିବା ବୟସର ପିଲା ବିଦ୍ୟାଳୟକୁ ଯାଇ ପାଠ ପଢିବେ, ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା, ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଏବଂ ସର୍ବୋପରି ରାୟଗଡାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ।

ଏଥିପାଇଁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇ ପ୍ରତି ୩ ମାସରେ ଥରେ ବିଭିନ୍ନ ବିଭାଗ ଦ୍ଵାରା କାର୍ଯ୍ୟ ଖସଡା ପ୍ରସ୍ତୁତ ହୁଏ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଏହି କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ତଦାରଖ କରନ୍ତି ।

ଉକ୍ତ କାର୍ଯ୍ୟଖସଡାର ଅଂଶ ସ୍ୱରୂପ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗ କ୍ରମେ ଜିଲ୍ଲାରେ ଥିବା ବିଭିନ୍ନ ବ୍ଲକ ସାଂସ୍କୃତିକ ଓ କଳା ସଂଗଠନ ଗୁଡିକ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଆଜି ରାୟଗଡ ବ୍ଲକର ହାଲୁଆ, ତାଡମା ଓ ପିତାମହଲ ଗ୍ରାମ ରୁ ଓ ମୁକିଗୁଡା ବ୍ଲକ ର କୁମୁଡାବାଲି ଗ୍ରାମ ରୁ ଏହି ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।a914f837 d4a1 4f1e abd5 8e305b000bd8 ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ପଥପ୍ରାନ୍ତ ନାଟକ

ଏହି କଳା ସଂଗଠନ ମାନେ ଜିଲ୍ଲା ର ସମସ୍ତ ୧୧ ଟି ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ ଏବଂ ଅଙ୍ଗନ ବାଡି କର୍ମୀ ଓ ଏ ଏନ ଏମ ମାନେ ସଚେତନ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଆକ୍ସନ ଏଡ ର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶ ଦାତା ଶ୍ରୀ ରତ୍ନେଶ୍ଵର ସାହୁ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ବାଲ୍ୟ ବିବାହର କୁ ପରିଣାମ ବିଷୟରେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles