Related Contents

ସିଆରପିଏଫ ୪ର୍ଥ ବାଟାଲିୟନର ଜନସମ୍ପର୍କର ଶିବିର

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନ ରାୟଗଡ଼ର ଏକ ଜନ ସମ୍ପର୍କ ଶିବିର ମାଓ ଉପଦ୍ରୁତ କଲ୍ୟାସିଂପୁର ବ୍ଲକର ଗିରିଆଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ୟକ୍ରମରେ ଗୀରିଡ଼ିଗୁଡା ବୋଡାଦ୍ବାରି ସାହି ପୂର୍ଣ୍ଣଭାଟା ଓ ପୋଇଗୁଡ଼ା ଗ୍ରାମର ୪୦୦ରୁ ଉର୍ଧ୍ଵ ବ୍ୟକ୍ତି ଯୋଗ ଦେଇଥିଲେ | ଉପସ୍ଥିତ ଜନସାଧାରଣଙ୍କୁ ରନ୍ଧନ ସାମଗ୍ରୀ ଯଥା ଡେ଼କଚି କଡ଼ାଇ ଓ ଅନ୍ୟାନ୍ୟ ଉପକରଣ ମାନ ପ୍ରଦାନ କରିଥିଲେ | ମାଓ ଉପଦ୍ରୁତ ଅଂଚଳର ଜନସାଧାରଣ କିପରି ପୋଲିସ ଓ ଯବାନଙ୍କ ନିକଟତର ହେବେ ଓ ମାଓବାଦୀଙ୍କ ଠାରୁ ଦୁରେଇ ରହିବେ ଏହା ଆମର ଲକ୍ଷ ବୋଲି ଶ୍ରୀ ୱାଇ କେ ରାଜପୁତ କୋମାଣ୍ଡେଣ୍ଟ ୪ର୍ଥ ବାଟାଲିୟନ ଉପସ୍ଥିତ ଜନସାଧାରଣଙ୍କୁ ରନ୍ଧନ ସାମଗ୍ରୀ ପ୍ରଦାନ କରି ଏହି କଥା କହିଥିଲେ |

ଆଜିର ଏହି ଜନସସମ୍ପର୍କ ଶିବିରରେ ଅଶୋକ ପି ଏମ ଡେପୁଟି କୋମାଣ୍ଡେଣ୍ଟ ଗୁରୁ ଚରଣ ସିଂ ଡେପୁଟି କୋମାଣ୍ଡେଣ୍ଟ ୪ର୍ଥ ବାଟାଲିୟନ, ପୋଲିସ ଏସ ଆଇ ଏମ ଏମ ମିଶ୍ର ଏସ ଆଇ ବୀର ସିଂ କଲ୍ୟାଣୀସଂପୁର ପୋଲିସ ଷ୍ଟେସନ, ରଞ୍ଜନ କୌଶଲ୍ୟା ୱାର୍ଡ ମେମ୍ବର ଶ୍ରୀମତୀ ସତ୍ୟବତୀ କୌଶଲ୍ୟା ସମିତି ସଭ୍ୟା ଯୋଗ ଦେଇଥିଲେ |

Comments are closed.