କଲ୍ୟାଣସିଂହପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

0
353
କଲ୍ୟାଣସିଂହପୁର ବ୍ଲକ ସାମ୍ବାଦିକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୮/୪) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏବିଡ଼ିଓ ବଳରାମ ପାତ୍ରଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜି କଲ୍ୟାଣସିଂହପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ର ପ୍ରତିନିଧି ଲୋକନାଥ ଦଳେଇଙ୍କୁ ନୀଳଗିରି ପୁଲିସ ମିଥ୍ୟା ମାମଲାରେ ଗିରଫ କରି ଯେଉଁ ଭଳି ବ୍ୟବହାର କରିବା ସହ ଗୋଡ଼ରେ ବେଡି ପକାଇବା ଥିବା ଘଟଣା ବିଷୟରେ ଆଲୋଚନା କରିଥିଲେ । ଏଥିରେ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ସେ ଜଣେ ସାମ୍ବାଦିକ ନା, ଡକାୟତ ନା ଆତଙ୍କବାଦୀ ନା ନକ୍ସଲ ତାକୁ ଗୋଡ଼ରେ ବେଡି ପକାଇବା ଘଟଣାକୁ ତୀବ୍ର ନିନ୍ଦା କରି ବିରୋଧ କରିଛନ୍ତି ।57e348bd 66a6 4b3f 9dda 83443acb8018 କଲ୍ୟାଣସିଂହପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଏହାର ପ୍ରତିବାଦରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ କଳା ବେର୍ଜ ପରିଧାନ କରି ନୀଳଗିରି ଥାନା ଅଧିକାରୀ ବା ପୁଲିସ ଆଇନ ର ଉର୍ଦ୍ଧକୁ ଯାଇ ଯେଉଁ ନିନ୍ଦନୀୟ ଘଟଣା କରିଛନ୍ତି ତାହା ଖାକି ପୋଷାକ ପାଇଁ ଏକ ନିନ୍ଦନୀୟ ।

ଆଇନ ଅନୁଯାୟୀ ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡିତ କରି ଚାକିରୀ କ୍ଷେତ୍ରରୁ ନିଲମ୍ବିତ କରିବା ପାଇଁ ସ୍ଥାନୀୟ ଏବିଡ଼ିଓ ବଳରାମ ପାତ୍ରଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ପତ୍ର ପ୍ରଦାନ କରାଯାଇଛି । ଏଥିରେ ବ୍ଳକ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ।