Wednesday, August 12, 2020
Home headline ଧଣ୍ଡାମୁଣ୍ଡାରେ ବାଇକ ଡ଼ିକି ଭାଙ୍ଗି ୩୪୦୦୦ ଟଙ୍କା ଚୋରି ଅଭିଯୋଗ, ଖପ୍ରାଖୋଲ ପୋଲିସ ତନାଘନା ଜାରି

ଧଣ୍ଡାମୁଣ୍ଡାରେ ବାଇକ ଡ଼ିକି ଭାଙ୍ଗି ୩୪୦୦୦ ଟଙ୍କା ଚୋରି ଅଭିଯୋଗ, ଖପ୍ରାଖୋଲ ପୋଲିସ ତନାଘନା ଜାରି

ଖପ୍ରାଖୋଲ(ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡାରେ ଜଣେ ଅଙ୍ଗନବାଡି କର୍ମୀ ଡ଼ିକିରୁ ଟଙ୍କା ଚୋରି ହୋଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ତେଲେନପାଲି ପଞ୍ଚାୟତ ଘୁଚାପାଲି ଗାଁର ଅଙ୍ଗନବାଡି କର୍ମୀ ମଞ୍ଜୁଳତ ଦୀପର ସ୍ଵାମୀ ଓ ୱାର୍ଡ ମେମ୍ବର ସହିତ ଧଣ୍ଡାମୁଣ୍ଡା ଗ୍ରାମୀଣ ବ୍ୟାଙ୍କ ଶାଖାରୁ ୩୪,୦୦୦/- ଟଙ୍କା ପିଲାଙ୍କ ପନିପରିବା ଖର୍ଚ୍ଚ ବାବଦକୁ ଉଠାଇ ଥିଲେ, ସେହି ଟଙ୍କାକୁ ବ୍ୟାଗରେ ପୁରାଇ ବାଇକ ଡ଼ିକିରେ ରଖି ପାଖ ହୋଟେଲକୁ ଟିଫିନ ଖାଇବା ପାଇଁ ଯାଇଥିଲେ l ଏହି ସମୟରେ କିଛି ଲୁଟେରା ବାଇକ ଡ଼ିକି ଭାଙ୍ଗି ବ୍ୟାଗ ଧରି ଚମ୍ପଟ ମାରିଥିଲେ l ବ୍ୟାକରେ ନଗଦ ୩୪,୦୦୦/-, ଏଟିମ ,ତିନିଟି ପାସ ବହି ଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଧଣ୍ଡାମୁଣ୍ଡା ଅଞ୍ଚଳରେ ଭୟ ଦେଖା ଯାଇଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରାଉଚରା ତନା ଘନା ଜାରି କରିଛି । ଖପ୍ରାଖୋଲ ଥାନା କେସ ନଂ୩୪/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବୋଲି ଥାନା ଆଇ.ଆଇ.ସି ଜ୍ୟୋତିରଞ୍ଜନ ପତି ପ୍ରକାଶ କରିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: