ଟାଙ୍ଗିଆ ଚୋଟରେ ବୃଦ୍ଧ ଗୁରୁତର

0
325
ଟାଙ୍ଗିଆ ଚୋଟରେ

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, (୦୮/୦୪) : ଟାଙ୍ଗିଆ ଚୋଟରେ ବୃଦ୍ଧ ଗୁରୁତର, ଗୁରୁତର ବୃଦ୍ଧଙ୍କୁ ବୈପାରୀଗୁଡା ଚିକିତ୍ସାଳୟରୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର l

 

ଏହିପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ବଦlପୁଟ ପଂଚାୟତର ହାଟଗୁଡା ଗ୍ରାମରେ ଘଟିଛି l ଟାଙ୍ଗିଆ ଚୋଟରେ ଗୁରୁତର ବୃଦ୍ଧ ଜଣକ ବୋଦାପୁଟ ଗ୍ରାମର ଭଗବାନ କlମୁଡିଙ୍କ ପିତା ସାଧବ କାମୁଡି ବୋଲି ଜଣା ପଡିଛି l ପ୍ରାପ୍ତ ସୂଚନା ଅନୁଯାୟୀ, ବୋଦାପୁଟ ପଂଚାୟତ ର ହାଟଗୁଡା ଗ୍ରାମରେ ସ୍ଥାନୀୟ ଚଣ୍ଡାଳ ଗାଦବାଙ୍କ ସହିତ ସାଧବଙ୍କ ସାମାନ୍ୟ ବଚାସକୁ କେନ୍ଦ୍ର କରି ଚଣ୍ଡାଳ ଗାଦବା ଟାଙ୍ଗିଆରେ ସାଧବଙ୍କୁ ମୁଣ୍ଡରେ ଆକ୍ରମଣ କରିଥିଲେ l

ଏଥିରେ ସାଧବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇପଡିବା ବେଳେ ଘଟଣା ସ୍ଥଳରେ ଗ୍ରାମବାସୀ ପହଂଚି ଗୁରୁତର ସାଧବଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲରେ ଅଣି ଭର୍ତ୍ତି କରିଥିଲେ ହେଲେ ସାଧବ ଅତି ଗୁରୁତର ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାଧବଙ୍କୁ ଜୟପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l