Related Contents

ବରଯାତ୍ରୀ ବସ ଦୁର୍ଘଟଣା, ୧ମୃତ୨୭ଆହତ

ଝରୀଗାଁ(ତ୍ରିନାଥ ଧାରୁଆ): ବରଯାତ୍ରୀ ବସ ଗଛରେ ପିଟିହୋଇ ୨୭ଆହତ ହୋଇଥିବା ବେଳେ ଡ୍ରାଇଭରର ମୃତ୍ୟୁ ହୋଇଛି | ଏପରି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି |

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ହାତିବାଡି ଗ୍ରାମ ନିକଟରେ ହୋଇଛି ଦୁର୍ଘଟଣା | ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲାବେଳେ ଆଉ ୧୨ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି | ଡ୍ରାଇଭର ରୋହିତ ଗୌଡ ଅତି ଗୁରୁତର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଛି | ଆଜି ଦିନ ୧.୩୦ସମୟରେ ବରଯାତ୍ରୀ ବସଟି ଛତିଶଗଡର ଦେଓଭାଗ ଗ୍ରାମରୁ ରାଇଘର ବ୍ଲକର ହଳଦୀ ଗ୍ରାମକୁ ଯାଉଥିଲା | ବସରେ ପ୍ରାୟ ୩୦ରୁ ଉର୍ଦ୍ଧ ଲୋକ ଥିଲେ । ଆହତ ମାନଙ୍କ ମଧ୍ୟରୁ ୧୦ଜଣ ନାବାଳକ, ୮ଜଣ ମହିଳା ଓ ୧୩ଜଣ ପୁରୁଷ ଥିବା ସୂଚନା ମିଳିଛି | କେଉଁ କାରଣରୁ ବରଯାତ୍ରୀ ବସଟି ଗଛରେ ପିଟିହୋଇ ଦୁର୍ଘଟଣା ଘଟିଛି ସ୍ଵଷ୍ଠ ହୋଇପାରି ନାହିଁ | ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି | ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଝରିଗାଁ ଦମକଳ ବାହିନୀର ମୁଖ୍ୟ ଭୂମିକା ଥିଲା । ଖବର ପାଇବା ପରେ ଘଟଣା ସ୍ଥଳରେ ତୁରନ୍ତ ପହଁଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ପହଞ୍ଚାଇ ଥିଲେ |

Comments are closed.