Friday, March 29, 2024

Top 5 This Week

Related Posts

ଥାନା ଭିତରେ ସାମ୍ବାଦିକ ଓ ତାଙ୍କ ସାଥୀଙ୍କୁ ବିବସ୍ତ୍ର କରି ଫଟୋ ଉଠାଇବା ଘଟଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ଭୋପାଳ, (୦୮/୦୪) : ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ନାଲିଆଖି । ଥାନା ଭିତରେ ସାମ୍ବାଦିକ ଓ ତାଙ୍କ ସାଥୀମାନଙ୍କୁ ବିବସ୍ତ୍ର କରି ଫଟୋ ଭାଇରାଲ୍ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ।

ନିଲମ୍ବିତ ହେଲେ ୨ ପୋଲିସ ଅଧିକାରୀ । ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଏଭଳି ଘଟଣା ଘଟିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଜବାବ ତଲବ କରିଛନ୍ତି । ସୂଚନାନୁଯାୟୀ, ମଧ୍ୟ ପ୍ରଦେଶ ର ସିଧି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କଛି ଲୋକଙ୍କୁ ପୋଲିସ ଉଠାଇ ନେଇଥିଲା । ଏହାପରେ ପୋଲିସ ବାବୁ ବର୍ଦ୍ଦିର ପାୱାର ଦେଖାଇ ଥାନା ଭିତରେ ଉକ୍ତ ବ୍ୟକ୍ତିମାନଙ୍କୁ ବିବସ୍ତ୍ର କରି ସେମାନଙ୍କର ଫଟୋ ଉଠାଇଥିଲେ । ସେମାନଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ ।

ଏହି ଫଟୋ ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ପୋଲିସ ଅଧିକାରୀ କୋତୱାଲି ମନୋଜ ସୋନି ଓ ଅଭିଷେକ ସିଂହଙ୍କୁ ନିଲମ୍ଵିତ କରାଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ ବ୍ୟତୀତ ଭୋପାଳ ପୋଲିସ ମୁଖ୍ୟାଳୟକୁ ଜବାବ ତଲବ କରାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles