Related Contents

ଇନୋଭା କାର ଓ ଅଟୋ ଧକ୍କାରେ ଜଣେ ମୃତ ଓ ୪ ଜଣ ଆହତ

ରାୟଗଡା (ଗୋପୀନାଥ ଗୌଡ଼): ଫୁଲକନା ଛକ ପାଖରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି | ଏକ ଇନୋଭା କାର ବିପରୀତ ପଟୁ ଆସୁଥିବା ଏକ ଅଟୋ କୁ ଧକ୍କା ଦେବା ଫଳରେ ହୋଇଛି ଦୁର୍ଘଟଣା |

ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି | ଗୁରୁତର ମାନଙ୍କୁ ରାୟଗଡା ମେଡିକାଲ ରେ ଭର୍ତ୍ତି କରାଯାଇଛି | ମୃତକ ଙ୍କ ନାମ ଜଣାପଡିନାହିଁ | ଦୁର୍ଘଟଣା ଗ୍ରସ୍ତ ଇନୋଭା ଗାଡି ନ ଏପି ୩୧ ବିଏଜ ୨୨୨୨ ଓ ଅଟୋ ର ନମ୍ବର ହେଉଛି ଓଆର ୧୦ଜେ ୩୦୨୯ |

Comments are closed.