ମାଲକାନଗିରି ସବୁଠୁ ବଡଯାତ୍ରା ପାଇଁ ପ୍ରସ୍ତୁତି

କାଲିମେଳା, ମାଲକାନଗିରି (ବୁଦ୍ଧଦେବ ମଣ୍ଡଳ): ମାଲକାନଗିରି ଜିଲ୍ଲା ର ବଡାଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି |

ପ୍ରାୟ ଏକ ମାସ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ | ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମ କୋଣ୍ଡାରେ ଶ୍ରୀ ଶ୍ରୀ ଶ୍ରୀ କାନାମ ରାଜ, ବାଳରାଜ, ପୋତିରାଜ ଓ ମୁତ୍ୟେଲୁଅମ୍ମାଙ୍କ ଦେବଦେବୀ ପୀଠ ରହିଛି | ୧୩ତାରିଖରେ ମାନ୍ୟମ କୁଣ୍ଡା ଠାରୁ ଗୁବ୍ଲେରୁ ଦେଇ କାଲିମେଳାର ପହଂଚି ରାତ୍ରି ରହଣି କରିବେ | ଏଠାରେ ଥିବା ସମସ୍ତ ଦେବଦେବୀଙ୍କ ଉପରେ ପଡୋଶୀ ରାଜ୍ୟର ଜନସାଧାରଣଙ୍କ ମଧ୍ୟ ବିଶ୍ୱାସ ରହିଛି | ସେଥିପାଇଁ ଠାକୁରଙ୍କ ନିକଟରେ ହଜାର ହଜାର ପଶୁ ପକ୍ଷୀଙ୍କ ବଳି ଦିଆଯାଇଥାଏ | ଲୋକଙ୍କ ବିଶ୍ୱାସ ଯେ ପଶୁ ବଳି ଦେଲେ ମନୋସ୍କାମନା ପୂର୍ଣ୍ଣ ହୁଏ | ଏହି ପର୍ବରେ ଆଦିବାସୀଙ୍କ ମନୋସ୍କାମନା ପୂର୍ଣ୍ଣ ପାଇଁ ବଳି ପ୍ରଥାକୁ ବିଶ୍ୱାସ କରିଥାନ୍ତି |

Comments are closed.