Related Contents

ଜଗଦଲପୁର ଅଙ୍ଗନଦୀ ବାଲି ଚୋରା ଚାଲାଣ, ଦୁଇଟି ହାଇୱଆ ଓ ଦୁଇଟି ଜେସିବି ଜବତ

ପଦ୍ମପୁର (ଜଗବନ୍ଧୁ ସାହୁ): ବାଲି ମାଫିଆଙ୍କ ଭୂସ୍ବର୍ଗରେ ପରିଚିତ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଅଙ୍ଗନଦୀ ରେ ସୋମବାର ଦିନ ଝାରବନ୍ଧ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ବେଆଇନ୍ ବାଲି ଚୋରାଚାଲାଣ କରୁଥିବା ଦୁଇଟି ହାଇୱଆ ଗାଡ଼ି ଓ ଦୁଇଟି ଜେସିବି ଜବତ୍ କରାଯାଇଛି ।

ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଅଭିଯୋଗ ତଥା ବାରମ୍ବାର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବାପରେ ପ୍ରଶାସନର ନିଦ ଭାଙ୍ଗଛି । ପଡୋଶୀ ଛତିଶଗଡ଼ ରାଜ୍ୟକୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖବରପାଇ ଝାରବନ୍ଧ ତହସିଲଦାର ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ଓ କର୍ମଚାରୀ ତଥା ଆର୍.ଆଇ. ଧନଞ୍ଜୟ ଭୋଇ, ଚନ୍ଦ୍ରମଣି ନାଏକ, ନନ୍ଦ କୁମାର ସିଦାର ପ୍ରମୁଖ ଚୋରାଚାଲାଣ ମେସିନ ଗୁଡିକ ଜବତ କରିଥିଲେ ।

Comments are closed.