ଛତିଶଗଡ଼ ରାଜ୍ୟର ହାର୍ଡକୋର ମାଓବାଦୀ ଉତ୍ତରାଞ୍ଚଳ ଡିଆଇଜି ତଥା ଜିଲ୍ଲା ଏସ୍ପି ଙ୍କ ନିକଟରେ ଆତ୍ମସମର୍ପଣ

0
206

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୧/୦୮) : ଉତ୍ତରାଞ୍ଚଳ ଡ଼ିଆଇଜି ଙ୍କ ନିକଟରେ ଛତିଶଗଡ଼ ରାଜ୍ୟର ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । କେକେବିଏନର କ୍ୟାଡର ନକ୍ସଲ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ନୀତିନ କୁଶଳକର ଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଛତିଶଗଡ଼ ରାଜ୍ୟର ହାର୍ଡକୋର ମାଓବାଦୀ ଆଇତୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ମନକେଲି ଗାଁରେ । ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା । ୨୦୧୩ରେ ତାକୁ ସୁନାବେଡ଼ା ଡିଭିଜନକୁ ପଠାଯାଇଥିଲା । ସେଠାରେ ଦୁଇ ମାସ ରହିବା ପରେ ସେହି ବର୍ଷ ତାକୁ ବିବିଏମ୍‌ ଡିଭିଜନକୁ ପାର୍ଟି ମେମ୍ବର ଭାବେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାକୁ ୧୨ ବୋର୍ ରାଇଫଲ ଦିଆଯାଇଥିଲା ।

୨୦୧୬ରେ ତାକୁ କେକେବିଏନ୍ ଡିଭିଜନକୁ ପଠାଗଲା । ୨୦୧୮ରେ ତାକୁ କୋଡ଼ଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିରେ ଏସିଏମ୍‌ ପଦବୀକୁ ଉନ୍ନୀତ କରାଯାଇଥିଲା ।ଆଇତୁ ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ୨୦୧୭ ମସିହା ଡିସେମ୍ବର ମାସରେ ଗୋଛାପଡ଼ା ଥାନା ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ, ୨୦୧୯ରେ କୋଡ଼ିଙ୍ଗା ଅଞ୍ଚଳରେ ହୋଇଥିବା ଗୁଳିବିନିମୟ, ୨୦୧୯ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ହୋଇଥିବା କୈଳାସ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣା ଏବଂ ୨୦୨୦ରେ ଖମନଖୋଲ ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ ସହିତ ୨୦୨୧ରେ ଏପ୍ରିଲ ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ ସହିତ ହୋଇଥିବା ଗୁଳିବିନିମୟ ଘଟଣାରେ ସେ ସଂପୃକ୍ତ ଥିଲା ।