Related Contents

ନିର୍ବାଚନରେ ଭିନକ୍ଷମଙ୍କ ଦାବିକୁ ରାଜନୈତିକ ନିର୍ବାଚନ ଇସ୍ତାହାରରେ ରଖିବା ନିମନ୍ତେ ଆଲୋଚନା

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ସାଇଟସେବେର ସଂସ୍ଥାର ଆନୁକୂଲ୍ୟରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶାରେ ଥିବା ୩୦ଗୋଟି ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ଦିବ୍ୟାଙ୍ଗ ମାନଙ୍କୁ ନେଇ ଭୁବନେଶ୍ୱର ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା ।

ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଥିବା ରାଜନୈତିକ ଦଳ ମାନଙ୍କ ଆଗରେ ଦିବ୍ୟାଙ୍ଗ ମାନଙ୍କ ତରଫରୁ କିଛି ଦାବିପତ୍ର ରଖିବା ଥିଲା ଏ ବୈଠକର ମୂଳ ଲକ୍ଷ ଥିଲା । ସେଥି ନିମନ୍ତେ ଓଡିଶାର ୧୩ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ ସହ ସାଇଟ ସେବେରର ପ୍ରୋଗ୍ରାମ ମ୍ୟାନେଜେର ଆକବର ମେହଫୁଜ଼ ଆଲାମ , ପ୍ରୋଜେକଟ ଅଫିସର ଜଗନ୍ନାଥ ନାୟକ ଓ ଷ୍ଟେଟ କଂସଉଲଟାଣ୍ଟ ସୋସିଆଲ ଇନ୍ଚଲୁସିଵାନ ଲୋକପ୍ରିୟ ପ୍ରିୟଦର୍ଶିନୀ କାନୁନଗୋ ପରିଚାଳନା କରାଇବା ନିମନ୍ତେ ଉପସ୍ଥିତ ଥିଲେ । ସନ୍ୟାସୀ କୁମାର ବେହେରା ଓ ଏ ଏସ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ଭୁବନେଶ୍ବର ସଭାପତିତ୍ୱ ଗ୍ରହଣ କରି ସେଠାରେ ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ଭିନକ୍ଷମ ଅଧିକାର ଆଉ ଆର ପି ଡି ଆକ୍ଟ ୨୦୧୬ରେ ଥିବା ଅଧିକାର ଅଧିନିୟମ ବିଷୟରେ ଅବଗତ କରାଇବା ସହ ନିଜର ଦାବିପତ୍ର ଉପସ୍ଥାପନ କରିବାର ପ୍ରକ୍ରିୟା ମଧ୍ୟ ବୁଝାଇଥିଲେ ।

ତତ ସହିତ ପୂର୍ବ ନିର୍ବାଚନ ତଥା ୨୦୧୪ମସିହାରେ ରାଜନୈତିକ ଦଲମାନେ କରିଥିବା ପ୍ରତିଶୃତି ବିଷୟରେ ଆଲଚନା କରିଥିଲେ । ଉକ୍ତ ବୈଠକରେ ୧୩ଟି ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ ସହିତ ରାୟଗଡା ଜିଲ୍ଲା ତରଫରୁ ରାୟଗଡା ଭିନ୍ନକ୍ଷମ ମହାସଙ୍ଘର ଜିଲ୍ଲା ସଭାପତି ଶ୍ରୀ ରାକେଶ ଚନ୍ଦ୍ର ହିମିରିକା, ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଓ କିଛି ସଦସ୍ୟ ଯଥା ଶ୍ରୀ ଭଗବାନ ସାହୁ, କୁନି ମେହେର, ଶିଶିର ରାଉଳ ଓ ନରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ବହୁ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ଆର ପି ଡି ନିୟମ ୨୦୧୬ରେ ରାଜ୍ୟ ସରକାର କରିଥିବା ତ୍ରୁଟି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

Comments are closed.