Friday, March 29, 2024

Top 5 This Week

Related Posts

ମିଶନ ଶକ୍ତି ଭବନ ର ଶିଳାନ୍ୟାସ

ea4dcd3e feb7 484b 83fe 707e14ec45d3 ମିଶନ ଶକ୍ତି ଭବନ ର ଶିଳାନ୍ୟାସରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୬/୦୪) : ଗଜପତି ଜିଲ୍ଲା ର କାଶୀନଗର ଠାରେ ମିଶନ ଶକ୍ତି ଭବନ ର ଶିଳାନ୍ୟାସ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତ ବୁଧବାର ସନ୍ଧ୍ୟାରେ କାଶୀନଗର ବ୍ଲକ ପରିସରରେ ଏକ ମିଶନ ଶକ୍ତି ଭବନ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମିଳିତ ଭାବେ ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ ତଥା ଶିଳାନ୍ୟାସ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ଶାୟାମା ଉପାଧ୍ୟକ୍ଷ ଏସ କଲ୍ୟାଣୀ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ବିଡିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ସି ଡି ପି ଓ ଓ ସୁପର୍ଭାଇଜର ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଭବନ ନିର୍ମାଣ ପାଇଁ ଅନ୍ୟୁନ ୪୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ସରକାର ମହିଳା ମାନଙ୍କୁ ସସସ୍ତ୍ରୀ କରଣ କରିବା ପାଇଁ ବହୁ ପଦକ୍ଷେପ ନେଉଛନ୍ତି । ଏଣୁ କାଶୀନଗର ବ୍ଲକ ସଦର ମହକୁମାରେ ଏକ ମିଶନ ଶକ୍ତି ଭବନର ଆବଶ୍ୟକତା ରହିଥିଲା । ନୂତନ ଭାବେ ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧିଙ୍କ ଏହା ପ୍ରଥମ ସାମୁହିକ କାର୍ଯ୍ୟ ହୋଇଥିବାରୁ ଉତ୍ସାହ ପରିଲକ୍ଷିତ ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles