Advertisements
Sunday, May 31, 2020
Home District News ଫୁଲବାମା ସହୀଦ ସ୍ମୃତି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ମହୁଲପାଲି ଚମ୍ପିୟାନ

ଫୁଲବାମା ସହୀଦ ସ୍ମୃତି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ମହୁଲପାଲି ଚମ୍ପିୟାନ

ପଦ୍ମପୁର (ଜଗବନ୍ଧୁ ସାହୁ): ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲାରେ ସହୀଦ ଭାରତୀୟ ଜବାନ ମାନଙ୍କ ସ୍ମୃତିରେ ପଦ୍ମପୁର ଯୁବଗୋଷ୍ଠୀ ଆନୁକୂଲ୍ୟରେ ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପଦ୍ମପୁର ରାଜବୋଡାସମ୍ବର ଖେଳ ପଡିଆରେ ଫୁଲବାମା ସହୀଦ ସ୍ମୃତି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ପଦ୍ମପୁର ଏସ୍.ଡି. ପି.ଓ. ଶ୍ରୀ ଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟଟିକୁ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୪୦ ଗୋଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳଟି ମହୁଲପାଲି ବନାମ୍ ଭୁତମୁଣ୍ଡା ଦଳ ମଧ୍ୟରେ ହୋଇ ମହୁଲପାଲି ଦଳ ଚମ୍ପିୟାନ ହୋଇଥିଲା । ଭୁତମୁଣ୍ଡା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ମାତ୍ର ୪୫ ରନ୍ କରିଥିବା ବେଳେ ମହୁଲପାଲି ଦଳ ନିର୍ଦ୍ଧାରିତ ଓଭର ର ୮ ଟି ବଲ୍ ବାକି ଥାଇ ଆବଶ୍ୟକ ରନ୍ ସଂଗ୍ରହ କରି ମ୍ୟାଚ ଟିକୁ ଜିଣି ନେଇଥିଲେ । ଫାଇନାଲ ଖେଳର ଉଦଯାପନୀ ଉତ୍ସବରେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ମହୁଲପାଲି ଦଳକୁ ୨୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୨ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରିଥିଲେ ।

ମହୁଲପାଲି ଦଳର ପ୍ରଶାନ୍ତ କୁମାର ସାହୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟୀ ସଭାପତି ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ ହୋଇଯାଇଥିବା ଉଦଯାପନୀ ସଭାରେ କମିଟୀ ଉପସଭାପତି ହିତେଶ ଅଗ୍ରୱାଲ ସଭା ପରିଚାଳନା କରିଥିଲେ। ସମ୍ପାଦକ କୁନାଲ ପାଣିଗ୍ରାହୀ, କୋଷାଧ୍ୟକ୍ଷ ନରେଶ କୁମାର ସାହୁ, ସୁନୀଲ ଅଗ୍ରୱାଲ, ଅଶୋକ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରିତେଶ ବହିଦାର, ରସପାଳ ସିଂ, ଅଞ୍ଜନ ପ୍ରଧାନ, ନାରାୟଣ ପୁରୋହିତ, ଅଭିଜିତ ପଟ୍ଟନାୟକ, ନବକିଶୋର କଣ୍ଟା, ସୁବାସ ପାତ୍ର, ଅରବିନ୍ଦ ପାଣିଗ୍ରାହୀ, ମନୀଷ ରଥ, ପ୍ରଶାନ୍ତ ସାହୁ, ବିକାଶ ବରିହା, ନରେନ୍ଦ୍ର ପ୍ରଧାନ, ନୀରୋଜ ଦାଶ, ଅମିତ ଗର୍ଗ, ରବୀନ୍ଦ୍ର ମେହେର, ବରୁଣ ସାହୁ, ସେବକ ମେହେର, ଉଦ୍ଧବ ଭିୱଆଲ, ନରସିମା, ସତ୍ୟ, ସଙ୍ଗମ, ସୋମୁ, ରାଜୀବ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ କୁନାଲ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: