Thursday, March 28, 2024

Top 5 This Week

Related Posts

ଆଜିଠାରୁ ବୌଦ୍ଧରେ ଆରମ୍ଭ ହେବ ନିଯୁକ୍ତି ମେଳା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୫/୪) : ଆଜିଠାରୁ ବୌଦ୍ଧରେ ନିଯୁକ୍ତି ମେଳା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଯାଇଛି । ବୌଦ୍ଧ ଜିଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ଗୋଟିଏ ଦିନ ପାଇଁ ହେବାକୁଥିବା ଏହି ନିଯୁକ୍ତି ମେଳା ଅପ୍ରେଲ ୬ ତାରିଖ ଦିନ ଟାଉନହଲ ବୌଦ୍ଧଠାରେ ଏବଂ ଅପ୍ରେଲ ୭ ତାରିଖଦିନ ପଞ୍ଚାୟତ ମହାବିଦ୍ୟାଳୟ କଂଟାମାଳ ଠାରେ ସକାଳ ୧୦ ଘଂଟା ଠାରୁ ଅପରାହ୍ନ ୨ ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।b8ea7cab ded7 4d49 8387 afe949da3105 ଆଜିଠାରୁ ବୌଦ୍ଧରେ ଆରମ୍ଭ ହେବ ନିଯୁକ୍ତି ମେଳା

ଆଜିଠାରୁ ବୌଦ୍ଧରେ ହେବାକୁଥିବା ଏହି ମେଳାକୁ ସାଫଲ୍ୟ ମଣ୍ଡିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବଦେନ କରାଯାଇଛି । ଏହି ମେଳାରେ ୫ମ ରୁ ୧୦ ମ ଏବଂ ଯୁକ୍ତଦୁଇ, ଯୁକ୍ତତିନି, ଆଇଟିଆଇ ଓ ଡିପ୍ଲୋମା ପାଶ କରିଥିବା ବେକାର ଯୁବକ ଯୁବତୀ (୧୮ ରୁ ୩୫ ବର୍ଷ) ଙ୍କୁ କର୍ମ ନିଯୁକ୍ତି ର ସୁଯୋଗ ମିଳିପାରିବ । ଆଶାୟୀ ପ୍ରାର୍ଥୀମାନେ ନିଜର ଆଧାରକାର୍ଡ ନକଲ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ନକଲ, ପାଶପୋର୍ଟ ଫଟୋ ସହିତ ନିଯୁକ୍ତି ମେଳାକୁ ଆସିବାକୁ ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ନିବେଦନ କରିଛନ୍ତି ।766eae86 99ff 42c9 a3fe 7b55eeb72011 ଆଜିଠାରୁ ବୌଦ୍ଧରେ ଆରମ୍ଭ ହେବ ନିଯୁକ୍ତି ମେଳା

ଏହି ମେଳା ଜରିଆରେ ଜିଲାର ବେକାର ଯୁବକ ଯୁବତୀମାନେ ଘରୋଇ କମ୍ପାନୀ ତଥା ରାଜ୍ୟ ଦକ୍ଷତା ବିକାଶ ସଂସ୍ଥା ପକ୍ଷରୁ ତାଲିମ ଏବଂ କର୍ମ ନିଯୁକ୍ତିର ସୁଯୋଗ ପାଇପାରିବେ । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାର ର ବିଭିନ୍ନ ବେସରକାରୀ ସଂସ୍ଥାର ନିଯୁକ୍ତି ଦାତା ଓ ଦକ୍ଷତା ବୃଦ୍ଧି ତାଲିମ ଦାତାମାନେ ଯୋଗଦେବେ । ବୌଦ୍ଧ ଓ କଂଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଡେପୁଟି କାର୍ଯ୍ୟନିର୍ବାହୀ ଓରମାସ, ସିଡିପିଓ ବୌଦ୍ଧ ଓ କଣ୍ଟାମାଳ ଏହି ମେଳା ଆୟୋଜନର ସଦସ୍ୟ ଥିବାବେଳେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ କମିଟିର ଆବାହକ ଭାବରେ ଦାୟିତ୍ୱ ତୁଲାଇବେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles