Advertisements

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ଉପରେ ସାମ୍ବାଦିକ ସମ୍ମିଳନୀ କଲା କଂଗ୍ରେସ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ.ସତୀଶ): ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଦଳ ବିଭିନ୍ନ ପ୍ରକାର ଉପହାର ଦେବା ପାଇଁ ଚେଷ୍ଟା କରିବେ । ଏହିପରି କାର୍ଯ୍ୟକୁ ରୋକିବାକୁ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଯୁବ ସ୍କାଡ଼ କରାଯାଇ କଳା କାରନାମା ଉପରେ ନଜର ରଖାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କିହିଥିଲେ ।

ଚଳିତ ନିର୍ବାଚନରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ଦଳ ଲକ୍ଷ ଲକ୍ଷ ଟଙ୍କାର ଶାଢ଼ୀ ଡ଼ାବୁଗାଁର ବିଭିନ୍ନ ଅଂଚଳରେ ଗଚ୍ଛିତ କରିଥିବା ସହ ଏହି ପରି କାର୍ଯ୍ୟ ଦ୍ୱାରା ବିଜେଡି ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରୁଥିବା ସଭାପତି ଅଭିଯୋଗ କରିଛନ୍ତି । ସେହିପରି ନବରଙ୍ଗପୁର ଆଇଟିଡିଏ ସଂସ୍ଥାକୁ ଆସିଥିବା ପୌର ପରିଷଦ ର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା କାମ ଆରମ୍ବ ହୋଇ ନ ଥିବାରୁ ଗତ କାଲି ଆଚରଣବିଧି ଲାଗି ଥିବାରୁ ଉକ୍ତ କାମ ଗୁଡିକ ନିର୍ବାଚନ ଆଚରଣ ବିଧି ସରିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କଂଗ୍ରେସ ଦାବି କରିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡାବୁଗାଁ ବିଧାୟକ ଭୁଜବଳ ମାଝୀ , ପୂର୍ବତନ ବିଧାୟକ ସଦନ ନାୟକ , ଜିଲ୍ଲା ଉପସଭାପତି ଦିଲୀପ ବେହେରା , ନଗର ସଭାପତି ଉତ୍ତମ ତ୍ରିପାଠୀ , ପିସିସି ସମ୍ପାଦକ ସରୋଜ ପାତ୍ର , ଅବଦୁଲ ଫିରୋଜ , ଅଖିଳ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Advertisements

Comments are closed.