Related Contents

ଟ୍ରକ ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବି

ଜୟପୁର (ସୌମ୍ୟରଂଜନ ସାହୁ): ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ଜୟପୁର ଟାଉନ ହଲ ଅଂଚଳର ଗୋପାଳ ଟାକ୍ରି (୨୫) ୧୦ତାରିଖ ସନ୍ଧ୍ୟାରେ କାମରୁ ଫେରିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା |

ଟ୍ରକଟି ଦ୍ରୁତ ଗତିରେ ଚାଲିଯାଉଥିବା ସମୟରେ ସାହିର ଲୋକମାନେ ତାକୁ କାବୁ କରି ପୋଲିସର ଜିମା ଦେଇଥିଲେ | ପୋଲିସ ସହାୟତାରେ ଆହତ ଗୋପାଳକୁ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ହେଲେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା | ତାଙ୍କ ପରିବାରରେ ଜଣେ ମାତ୍ର କାମିକା ପିଲା ଥିବାରୁ ଏବେ ପରିବାର ହତାଶ ହୋଇଯାଇଛନ୍ତି | ଘରେ ୬ପ୍ରଣୀ କୁଟୁମ୍ବ ଏବେ କାହା ଭରସାରେ ଚଳିବେ ତାକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ପରିବାର | କାରଣ ଗୋପାଳ ଜଣେ ହିଁ ବଢ଼େଇ କାମ କରି ଘର ପୋଷୁଥିଲା | ତେଣୁ ଜନସାଧାରଣ କ୍ଷତିପୂରଣ ଦାବି କରିବା ସହ ଗୋପାଳକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି | ଏନେଇ ଜୟପୁର ଟାଉନ ଥାନାରେ ୫୦/୨୦୧୯ ରେ ଏକ ମାମଲା ରୁଜୁ କରାଯାଇ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି ପୋଲିସ | ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି |

Comments are closed.