Related Contents

୮ତମ ବାଟାଲିୟନ ସିଆରପିଏଫ ତରଫରୁ ଭଲିବଲ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୮ମ ବାଟାଲିୟନ ତରଫରୁ ସୋମବାର ଦିନ ଭଲିବଲ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି |

ମୁଖ୍ୟ ଅତିଥି ଭାବେ କାମାଣ୍ଡେଣ୍ଟ ଶ୍ରୀ ନରେନ୍ଦ୍ର କୁମାର ସିଂ ଯୋଗ ଦେଇ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ ସେକେଣ୍ଡ କାମାଣ୍ଡେଣ୍ଟ ପଙ୍କଜ ଦ୍ବିବେଦୀ, ରାମ ଅବତାର ଭଲଟିଆ, ବୃଷଭ ମେହେର, କଦମ ସିଂ, ବିଜୟ ଆନନ୍ଦ ସ୍ୱରୂପ, ଆଇଆଇସି ଅରୁଣ ନାୟକ, ବ୍ଲକ ଅଧ୍ୟକ୍ଷା ସଞ୍ଜିତା ପ୍ରତିଙ୍ଗା, ଚନ୍ଦ୍ରପୁର ତହସିଲଦାର, ଚନ୍ଦ୍ରପୁର ସରପଞ୍ଚ ଯୋଗ ଦେଇଥିଲେ | ଏହି ଖେଳରେ ଚନ୍ଦ୍ରପୁର ବ୍ଳକରୁ ୪ଟି ପଂଚାୟତରୁ ୨୦ଟି ଦଳ ଭାଗ ନେଇଥିଲେ | ଫାଇନାଲ ରେ ଚନ୍ଦ୍ରପୁର ଓ ବିଜାପୁର ଫୁଟବଲ ପ୍ରତିଯୋଗିତା ହୋଇ ବିଜାପୁର ବିଜୟ ଘୋଷିତ ହୋଇଥିଲା | ଭଲିବଲ ରେ ସାରାକିମା ଓ ଗେରେଙ୍ଗା ଗୁଡା ମଧ୍ୟରେ ପ୍ରତିଯୋଗିତା ହୋଇ ଗେରେଙ୍ଗାଗୁଡ଼ା ବିଜୟ ଲାଭ କରିଥିଲା | ଖେଳ ପ୍ରତିଯୋଗିତା ସମାପ୍ତ ପରେ ୨୦ଟି ଦଳକୁ ଭଲିବଲ ନେଟ, ଫୁଟବଲ ପ୍ରଦାନ କରାଯାଇଥିଲା | ରେଫରୀ ଭାବେ ତୁଲାରାମ, ସୁଶୀଲ ଓ ଶ୍ରୀ ଚୌଧୁରୀ ପରିଚାଳନା କରିଥିଲେ |

Comments are closed.