Related Contents

ପୁଲବାମା ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି । ସୁରକ୍ଷାବଳ ଘାଟୀର ତ୍ରାଲରେ ଏନକାଉଣ୍ଟର ସମୟରେ ତିନିଜଣ ଆତଙ୍କବାଦୀମାନଙ୍କୁ ମାରିଛନ୍ତି । ଏହି ଗୁଳି ବିନିମୟରେ ଆତଙ୍କୀ ମୁଦସ୍ସିର ଅହମ୍ମଦ ଖାନର ମୃତ୍ୟୁ ହୋଇଥିବା ଖବର ଆସିଛି ।

ମୁଦସ୍ସିର ସେହି ଆତଙ୍କୀ ଥିଲା ଯିଏ ପୁଲବାମା ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିଲା । ମୁଦସ୍ସିରର ମୃତ୍ୟୁ ସୁରକ୍ଷାବଳଙ୍କ ପାଇଁ ଏକ ବଡ଼ ସଫଳତା ମାନାଯାଉଛି । ବର୍ତ୍ତମାନ ସୁରକ୍ଷାବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ପୁଲବାମା ଆତଙ୍କୀ ଆକ୍ରମଣ ପରେ ମୁଦସ୍ସିର ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଅହମ୍ମଦ ଡାର କ୍ରମାଗତଭାବେ ଖାନର ସଂପର୍କରେ ଥିଲା । ଡାର ୧୪ ଫେବ୍ରୁଆରୀକୁ ସିଆରପିଏଫର ଗାଡ଼ି ସହିତ ବିଷ୍ପୋରକ ଭରା ଗାଡ଼ିକୁ ଧକ୍କା ଦେଇଥିଲା । ରକ୍ଷା ପ୍ରବକ୍ତା କହିଛନ୍ତି କି ସୁରକ୍ଷାବଳ ଦକ୍ଷିଣ କାଶ୍ମୀରର ପୁଲବାମା ଜିଲ୍ଲାର ତ୍ରାଲ ନାମକ ସ୍ଥାନର ପିଂଗଲିଶରେ ଘେରାବନ୍ଦୀ ଏବଂ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ସେହି ସ୍ଥାନରେ ଆତଙ୍କବାଦୀମାନଙ୍କର ଉପସ୍ଥିତିର ସୂଚନା ମିଳିଥିଲା। ସେ କହିଲେ ତଲାସୀ ଅଭିଯାନ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଯେତେବେଳେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରେ ଗୁଳି ଚଲାଇଥିଲେ, ସେହି ସମୟରେ ଜବାବୀ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ସାକ୍ଷୀମାନଙ୍କର ତଥ୍ୟ ଅନୁଯାୟୀ ସୁରକ୍ଷା ଅଧିକାରୀ କହିଲେ ୨୩ ବର୍ଷୀୟ ଖାନ ଇଲେକ୍ଟ୍ରିସିଆନ ଅଟେ ଏବଂ ପୁଲବାମା ଜିଲ୍ଲାରେ ସ୍ନାତକ ଡିଗ୍ରୀ ହାସଲ କରିଛି। ସେ ଆତଙ୍କବାଦୀ ଆକ୍ରମଣ ପାଇଁ ବାହନ ଏବଂ ବିଷ୍ପୋରକର ପ୍ରବନ୍ଧ କରିଥିଲା। ତ୍ରାଲର ମୀର ମୋହଲ୍ଲାର ନିବାସୀ ଖାନ ୨୦୧୭ରେ ଜୈଶ ଏ ମୋହମ୍ମଦରେ ‘ଓଭର ଗ୍ରାଉଣ୍ଡ ୱାର୍କର’ ରୂପରେ ସାମିଲ ହୋଇଥିଲା। ପରେ ତାକୁ ନୂର ମୋହମ୍ମଦ ତାନ୍ତ୍ରେ ଓରଫ ‘ନୂର ତ୍ରାଲୀ’ ଜେଇଏମରେ ସମ୍ପୂର୍ଣ୍ଣ ଭାବରେ ସାମିଲ କରିନେଇଥିଲା। କୁହାଯାଉଛିକି ତାନ୍ତ୍ରେ କାଶ୍ମୀର ଘାଟୀରେ ଆତଙ୍କବାଦୀ ସଙ୍ଗଠନର ପୁନରୁତ୍ଥାନରେ ସହାୟତା କରିଥିଲା।

ସ୍ନାତକ କରିବା ପରେ ଖାନ ଆଇଟିଆଇରେ ଇଲେକ୍ଟ୍ରିସିଆନର ଏକ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମ କରିଥିଲା। ତା’ ପିତା ଶ୍ରମିକ ଅଟନ୍ତି ଏବଂ ସେ ଭାଇମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଅଟେ। କୁହାଯାଉଛି କି ଖାନ ଫେବ୍ରୁଆରୀ ୨୦୧୮ ରେ ସୁଞ୍ଜବାନରେ ସେନାର ଶିବିର ଉପରେ ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସାମିଲ ଥିଲା। ଯେଉଁଥିରେ ଛଅ ଜଣ ଜବାନ ଶହୀଦ ହୋଇଥିଲେ ଏବଂ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

Comments are closed.