Advertisements
Tuesday, June 2, 2020
Home Government News ଓଡିଶା ଅଣଗେଜେଟେଡ ବନ ସେବା ସଂଘର ୧୨ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଡିଶା ଅଣଗେଜେଟେଡ ବନ ସେବା ସଂଘର ୧୨ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡାରେ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ୧୨ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି |

ଏହି ଅଧିବେଶନରେ ମୁଖ୍ୟଅତିଥି ଭାବେ ଡି ଏଫ ଓ ଦେବାର୍ଚ୍ଚନା ବେହେରା ପ୍ରମୁଖ ଯୋଗଦେଇଥିଲେ | ଜଙ୍ଗଲରେ ତଥା ବନ୍ୟଜନ୍ତୁ ଙ୍କ ସୁରକ୍ଷା ଦେଉଥିବା କର୍ମଚାରୀ ମାନଙ୍କପ୍ରତି ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା | ସେହିପରି ରାୟଗଡା ବନଖଣ୍ଡ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଗ୍ରେଡ଼ର ବୃଦ୍ଧି ଆବଶ୍ୟକ | ଅବଶ୍ୟକୀୟ କର୍ମଚାରୀଙ୍କ ନିଯୁକ୍ତି ସହ କ୍ଷେତ୍ର କର୍ମଚାରୀ ମାନଙ୍କୁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ତାଲିମ ଦେବାପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି | ଏହି ଅଧିବେଶନରେ ଅନ୍ୟମାନଙ୍କ ସହିତ ଅଣ ଗେଜେଟେଡ ବନଖଣ୍ଡ ସଭାପତି ଗୌରୀ ଶଙ୍କର ସାହୁ ଓ ସମ୍ପାଦକ ସମୀର କୁମାର ବେହେରାଙ୍କ ସମେତ ବନଖଣ୍ଡ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତିଙ୍କ ବିଦାୟ କାଳୀନ ସମ୍ଭର୍ଦ୍ଧନା

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୨/୦୬): ବୈପାରୀଗୁଡା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯାଳୟରେ ଗତ ଶନିବାର ଦିନ ଶିକ୍ଷା ଅଧିକାରୀ ସୁଧୀର ଚନ୍ଦ୍ର ରଥଙ୍କ ଅଧକ୍ଷତାରେ ପ୍ରଧାନ...

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: