Related Contents

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କନ୍ଧମାଳ (ଜଗଦୀଶ ଦାସ): ଜି ଉଦୟଗିରି ଥାନା କନବାଗିରି ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଚାପରେ ଜଣେ ମୃତ ।

ସେ କଟଡ଼ଗଣ୍ଡା ଗ୍ରାମର ବିଘ୍ନରାଜ ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାଜପଥକୁ ଅବରୋଧ କରିଛନ୍ତି । ଆଜି ସକାଳୁ ବାଲିଗୁଡ଼ାରୁ ଜି ଉଦୟଗିରି ଦେଇ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ଘଟଣା ସ୍ଥଳେ ପୁଲିସ ପହଞ୍ଚି ବୁଝାସୁଝା ଆରମ୍ଭ କରିଛି । ପୋଲିସର ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ । ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ରେଡ଼ କ୍ରସରୁ କିଛି ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି |

Comments are closed.