Related Contents

ବୈପାରୀଗୁଡାରେ ପତ୍ନୀକୁ ହତ୍ୟାକଲା ସ୍ୱାମୀ, ପୋଲିସ ପାଖରେ ଆତ୍ମସମର୍ପଣ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ସ୍ବାମୀର ଆକ୍ରମଣରେ ସ୍ତ୍ରୀ ମୁତ୍ୟୁବରଣ କରିଥିବା ଖବର ଏବେ ବୈପାରିଗୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବୈପାରିଗୁଡା ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଚଲାଇଥିବାର ଜଣାପଡିଛି ।

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ଥାନା ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମପଞ୍ଚାୟତର କେଚଲା ଗ୍ରାମର ସୁତି ପୁଟିଆ ତାର ସ୍ତ୍ରୀକୁ ଜୀବନରୁ ମାରି ଦେବା ପରେ ରାମଗିରି ଫାଣ୍ଡିକୁ ଯାଇ ନିଜେ ଆତ୍ମସମର୍ପଣ କରିଥିବାର ଜଣାପଡିଛି । ମୁତ୍ୟୁ ମହିଳା ଧନମଣି ପୁଟିଆ ବୋଲି ଜଣାପଡିିଛି । ତେବେ ପୋଲିସ ଆଗରେ ସୁତି କହିବା ଅନୁସାରେ ସ୍ତ୍ରୀ ଧନମଣିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଥିରେ ଥିରେ ତାହା ଭୟଙ୍କର ରୂପ ନେଇଥିଲା । ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ସ୍ବାମୀ ସୁତି ପୁଟିଆକୁ ଗତକାଲି କୋର୍ଟ ଚାଲଣା କରାଯାଇଛି ।

Comments are closed.