ଡଙ୍ଗରପାଉଁଶି ପଞ୍ଚାୟତ କାର୍ଯାଳୟରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0
140
ଡଙ୍ଗରପାଉଁଶି ପଞ୍ଚାୟତ

ରିପୋର୍ଟ : ରୁଦ୍ର ନାରାୟଣ ହୋତା
କୁନ୍ଦୁରା, (୦୫/୦୪) : କୋରାପୁଟ ଜିଲ୍ଲା ର କୁନ୍ଦୁରା ବ୍ଲକ ଅନ୍ତର୍ଗତ ଡଙ୍ଗରପାଉଁଶି ପଞ୍ଚାୟତ କାର୍ଯାଳୟରେ ପଞ୍ଚାୟତ ସମିତି ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କୁନ୍ଦୁରା ବ୍ଲକ ଅନ୍ତର୍ଗତ ଡଙ୍ଗରପାଉଁଶି ପଞ୍ଚାୟତ କାର୍ଯାଳୟ ଠାରେ କୁନ୍ଦୁରା ବିଡିଓ ସ୍ନେହ ପ୍ରଭା ମାଝୀଙ୍କ ଅଧ୍ୟକ୍ଷତାରେ ଆୟାଜିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅଡିସନାଲ ତହସିଲଦାର, ମେଡିକାଲ ଇନଚାର୍ଜ, ସି ଡି ପି ଓ, ସାମାଜିକ ସୁରକ୍ଷା ଅଧିକାରୀ, ଯୋଗାଣ ନିରୀକ୍ଷକ, ଏ ବି ଇ ଓ, କୃଷି ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ, ଏମ ଜି ଏନ ଆର ଇ ଜି ଏସ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ l

ଏଥିରେ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ୱାର୍ଡ ବାସିଙ୍କ ବିଭିନ୍ନ ସମସ୍ୟା କୁ ନେଇ ଅଭିଯୋଗ ର ଶୁଣାଣି ହୋଇଥିଲା l