Thursday, March 28, 2024

Top 5 This Week

Related Posts

ପୋଲିସ ର ବିଫଳତା : ପୁଣି ଗ୍ରାମବାସୀ ଙ୍କ ଦ୍ୱାରା ରାଜ୍ୟ ରାଜପଥ ଅବରୋଧ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୪/୦୪) : ପୋଲିସ ର ବିଫଳତା । ବାରମ୍ବାର ଆସାମୀକୁ ଧରିବାରେ ବିଫଳ ପୋଲିସ । ପ୍ରତିଶୃତି କେବଳ କଥାରେ, କାର୍ଯ୍ୟ ଶୂନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । WhatsApp Image 2022 04 04 at 8.07.16 PM ପୋଲିସ ର ବିଫଳତା : ପୁଣି ଗ୍ରାମବାସୀ ଙ୍କ ଦ୍ୱାରା ରାଜ୍ୟ ରାଜପଥ ଅବରୋଧ

ଖରଭୂଇଁ ଗ୍ରାମରେ ଜମିଜମା ମକଦ୍ଦମାକୁ ନେଇ ଗତ ୨୪ ମାର୍ଚ୍ଚ ଅପରାହ୍ନରେ ୫୪ ବର୍ଷିୟ ବିଷ୍ଣୁ ରଣାଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିବା ଘଟଣା, କିନ୍ତୁ ଆଜି ପର୍ଯ୍ୟନ୍ତ ଆସାମୀକୁ ଧରିବାରେ ପୁଲିସ ସଫଳ ହୋଇନାହିଁ । ପୋଲିସ ର ବିଫଳତା କୁ ନେଇ ଗତ ୨୬ ମାର୍ଚ୍ଚ ଦିନ ଖରଭୂଇଁ ଠାରେ ରାଜ୍ୟ ରାଜପଥ ଗ୍ରାମବାସୀଙ୍କ ପକ୍ଷରୁ ଅବରୋଧ କରାଯାଇଥିଲା । ମାତ୍ର ଉଭୟ ହରଭଙ୍ଗା ଆଇଆଇସି ଓ ପୁରୁଣା କଟକ ଆଇଆଇସି ୦୭ ଦିନ ମଧ୍ୟରେ ଆସାମୀକୁ ଗିରଫ ର ନିର୍ଭର ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ମାତ୍ର ଇତି ମଧ୍ୟରେ ୦୮ ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଗିରଫ କରିବାରେ ପୁଲିସ ବିଫଳ ହୋଇଛି । ଏହାର ପ୍ରତିବାଦରେ ଆଜି ପୁନଶ୍ଚ ସକାଳ ୦୫ ଟାରୁ ଖରଭୂଇଁ ଠାରେ ରାଜ୍ୟ ରାଜପଥ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ରାଜପଥ ଅବରୋଧ କରାଯାଇଥିଲା । ପୁନଶ୍ଚ ଉଭୟ ଥାନାଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ୦୭ ଦିନ ମଧ୍ୟରେ ଆସାମୀକୁ ଗିରଫ ନକଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ନିଷ୍ପତ୍ତି ସହ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ।

ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ଦେହୁରୀ, ଅକ୍ଷୟ ନାଏକ, ମଳୟ ପ୍ରଧାନ, ରଞ୍ଜନ ବଗର୍ତ୍ତି, ମୁଖ ଷାଣ୍ଡ, ଅଜିତ ପୃଷ୍ଟି, ତିଳୋତ୍ତମା କହଁର, ସୁନୀତା ପ୍ରଧାନ, ଗୀତା ଦେହୁରୀ, କୁନାଷାଣ୍ଡ, ଭୋଳା ରଣା, ପ୍ରମୁଖ ନେତୃତ୍ୱ ନେଇଥିଲେ । ଦେଖିବାକୁ ବାକିରହିଲା ଆସାମୀ ଗିରଫ ହେଉଛି ନାଁ ପୁଣି ପୋଲିସ ର ଆଉ ପ୍ରତିଶୃତି ଆଗାମୀ ଦିନରେ ଗ୍ରାମବାସୀ ଙ୍କ ଆଗରେ ରହୁଛି ।

Popular Articles