ବୈପାରୀଗୁଡରେ ନିର୍ବାଚନ ପାଇଁ ଇଭିଏମ ଓ ଭିଭିପେଟ ମେସିନର ସଚେତନ କାର୍ଯ୍ୟକ୍ରମ

ବୈପାରୀଗୁଡା(ଏନ.ସନ୍ତୋଷ): କୋରାପୁଟ ବୋୖପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ସଭାଗୃହରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ବିଭିନ୍ନ ରାଜନୈତିକ ଦଳର ସଭାପତିଙ୍କୁ ଏଭିଏମ ଏବଂ ଭିଭିପଟ ମେସିନ ଦ୍ୱାରା ମତଦାନ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି |

ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଜନୀକାନ୍ତ ଦାସ , ପ୍ରଶିକ୍ଷକ ସାବନ କୁମାର ମେହେର ଉପସ୍ଥିତି ଲୋକ ପ୍ରତିନିଧି ଓ ବିଭିନ୍ନ ଦଳର ସଭାପତି ଙ୍କୁ ସଚେତନ କରିଥିଲେ | ୨୦୧୯ ସାଧାରଣ ନିର୍ବାଚନ ଭୋଟର ମାନେ ଭୋଟ ମେସିନ ଦ୍ୱାରା ନିଜର ମତ ପ୍ରଦାନ କରିବାକୁ ଭାରତ ନିର୍ବାଚନ କମିଶନ ପଦକ୍ଷେପ ନେଇଥିବା ବେଳେ ଏବେ ଭୋଟର ପାଖକୁ ଏହି ମେସିନର ବ୍ୟବହାର ପାଇଁ ସଚେତନ କରାଯାଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି | ଆଗାମୀ ଦିନରେ ଆହୁରି ଅଧିକ ଭୋଟରଙ୍କୁ ସଚେତନ କରାଯିବ ବୋଲି ଜଣା ପଡିଛି |

Comments are closed.