Related Contents

ନିର୍ବାଚନ ତାରିଖ ଘୋଷଣା, ଓଡ଼ିଶାରେ ହେବ ୧୧ଏପ୍ରିଲ ରୁ ୨୯ଏପ୍ରିଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେଲା ତାରିଖ । ତା’ସହିତ ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା ହୋଇଯାଇଛି ।

ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ନିର୍ବାଚନ ତାରିଖ | ଆସନ୍ତା ଜୁନ୍‌ ୩ ତାରିଖରେ ଚଳିତ ଲୋକସଭାର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ମେ’ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି | ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ସିକିମ୍‌ରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହି ଚାରୋଟି ରାଜ୍ୟ ସହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବି ନିର୍ବାଚନ ତାରିଖ ଘୋଷଣା କରାଯାଇଛି | ଓଡିଶା ରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ | ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧ ତାରିଖ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୮ ଏପ୍ରିଲ, ତୃତୀୟ ପର୍ଯ୍ୟାୟ ୨୩ ଏପ୍ରିଲ ଓ ଚତୁର୍ଥ ପର୍ଯ୍ୟାୟ ୨୯ ଏପ୍ରିଲ ରେ ଅନୁଷ୍ଠିତ ହେବ | ଏପ୍ରିଲ ୧୧ ତାରିଖ ରେ ୪ ଟି ଲୋକସଭା ଆସନ ପାଇଁ ମତଦାନ ହେବ | ସେପରି ୧୮ତାରିଖ ରେ ୫ଟି, ୨୩ ଏପ୍ରିଲ ରେ ୬ଟି ଓ ୨୯ ଏପ୍ରିଲ ରେ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ | ପରେ ମେ ୨୩ ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା |

ଅନ୍ୟପକ୍ଷରେ ଆଜି ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି । ଭାରତୀୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି । ଏହି ସମସ୍ତ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ନିର୍ବାଚନ ଲଢ଼ିବେ। ଏହି ସମସ୍ତ ଦଳ ପକ୍ଷରୁ ନିର୍ବାଚନ କମିଶନ୍‌ଙ୍କୁ ନିର୍ବାଚନୀ ଚିହ୍ନ ପାଇଁ ଆବେଦନ କରାଯାଇଥିଲା।

Comments are closed.