ମା’ ରୁଦ୍ରକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

0
198
ମା' ରୁଦ୍ରକାଳୀ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୪/୦୪) : ଚୈତ୍ର ମାସ କୃଷ୍ଣପକ୍ଷ ତୃତୀୟ ତିଥିରେ ଆଜି ଠାରୁ ୩ ଦିନ ଧରି ହରଭଙ୍ଗା ଅଂଚଳ ର ଆରାଧ୍ୟଦେବୀ ମା’ ରୁଦ୍ରକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେବ ବୋଲି ହରଭଙ୍ଗା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ।0e15c05e 2237 4ec6 bc29 441eaeb03264 ମା' ରୁଦ୍ରକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

ମା’ ରୁଦ୍ରକାଳୀ ଙ୍କ ନୂତନ ମନ୍ଦିର ଉପଲକ୍ଷେ ଆଜି ସକାଳେ ୮ ଟା ସମୟରେ ହରଭଙ୍ଗା ଗ୍ରାମ ର ସହ ସହ ସଂଖ୍ୟାରେ ମହିଳା ଓ ପୁରୁଷ ମହାନଦୀରେ ପୂଜା ଅର୍ଚ୍ଚନା କରି ଜଳ ପୂର୍ଣ୍ଣ କଳସ ଧରି ନାମସଂକୀର୍ତନ କରି ବିରାଟ ପଦଯାତ୍ରାରେ ପୂଜାମଣ୍ଡପ ଆସିଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ-ଅଙ୍କୁରାରୋପଣ, କଳଶ ଯାତ୍ରା, ଗର୍ଭଧାନ ୫ ତାରିଖରେ-ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ଉପଚାରଣ ପୂଜା, ସ୍ତମ୍ବ ତୋରଣ ପୂଜା, ଚଣ୍ଡୀ ହୋମ ଓ ୬ ତାରିଖରେ ବିହିତ ପୂଜା, ରୁଦ୍ର ଚଣ୍ଡୀ ପାଠ, ଯୁପଧ୍ଵଜ ପୂଜା, କଳସ ସ୍ନାନ, ଦିବା ୨.୩୦ ମଧ୍ୟେ ବିଗ୍ରହ ପ୍ରବେଶ ଓ ପୂର୍ଣ୍ଣାହୁତି ।

ଏହି ପୂଜା କାର୍ଯ୍ୟକ୍ରମ ରେ ପଣ୍ଡିତ ରଂଜନ ମହାପାତ୍ର, ଟଙ୍କଧର ସାବତ, ହରିହର ପୁରହିତ, ସତ୍ୟପ୍ରକାଶ ତ୍ରିପାଠୀ, ପିଣ୍ଟୁ ମିଶ୍ର, ପ୍ରଦୀପ କୁମାର ଦାସ, ସୁବୋଧ ମହାପାତ୍ର, ରଂଜିତ ପୁରହିତ କର୍ତ୍ତା ଭାବେ ନାରାୟଣ ଦନାୟକ ଓ ତାଙ୍କ ପତ୍ନୀ ସୁଷମା ଦନାୟକ କାର୍ଯ୍ୟ ସମ୍ପାଦନ କରିଥିଲେ । ମଣ୍ଡପ ନିକଟରେ ନାମ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନୋରଞ୍ଜନ କାର୍ଯ୍ୟକ୍ରମ ପାଈଁ -ମିନା ବଜ଼ାର, ଅପେରା ଆଦି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ଦେଖିବାକୁ ବହୁ ସଂଖ୍ୟାରେ ଜନ ସମାଗମ ହୋଇଅଛି । ଭକ୍ତ ମାନଙ୍କ ପାଈଁ ଅର୍ଣ୍ଣଛତ୍ର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ଅଂଚଳ ବାସି ସହଯୋଗ କରିଥିଲେ ।