ଶର୍ମିଷ୍ଠାଙ୍କ ଠାରୁ ମିଳିଛି ଅନେକ ସୁରାକ୍ : ଏବେ ପୁଣି ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

0
152
ଶର୍ମିଷ୍ଠାଙ୍କ ଠାରୁ

ରିପୋର୍ଟ : ସୁଭାସିସ ନାୟକ
କଟକ, (୦୪/୦୪) : ୫ ଦିନିଆ ରିମାଣ୍ଡରେ ଶର୍ମିଷ୍ଠାଙ୍କ ଠାରୁ ମିଳିଛି ଅନେକ ସୁରାକ୍ । ଆଉ ଏବେ ପୁଣି ଥରେ ଶର୍ମିଷ୍ଠା ଏବଂ ଝୁନାକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଚାନ୍ଦବାଲି JMFC କୋର୍ଟ ଅନୁମତି ଦେଇଛନ୍ତି । ଏହି ସମୟରେ ଅନେକ ରହସ୍ୟ ଉପରୁ ପରଦା ହଟିବ ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆଶା କରାଯାଉଛି ।

ଖବର ଅନୁଯାୟୀ, ମାନସ ହତ୍ୟା ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ରବିବାର ଦିନ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇଥିଲା । ଶର୍ମିଷ୍ଠାଙ୍କ ଠାରୁ ଅନେକ ସୁରାକ୍ ମିଳିବା ପରେ କୋର୍ଟରେ ୪ ଅଭିଯୁକ୍ତ ନିରଞ୍ଜନ, ରଞ୍ଜନ, ଶର୍ମିଷ୍ଟା ଏବଂ ଝୁନାଙ୍କୁ ହାଜର କରାଯାଇଥିଲା । ତଦନ୍ତ ସରିନାହିଁ ବୋଲି ଯୁକ୍ତି ରଖି ୪ ଜଣଙ୍କୁ ପୁଣି ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚ ଓକିଲ ।

ତେବେ ଶର୍ମିଷ୍ଠା ଏବଂ ଝୁନାକୁ ରିମାଣ୍ଡ ନେବା ଲାଗି ଅନୁମତି ମିଳିଥିବା ବେଳେ ରଞ୍ଜନ ଓ ନିରଞ୍ଜନଙ୍କୁ ରିମାଣ୍ଡରେ ନେବା ଲାଗି ଅନୁମତି ମିଳିନି । ଶର୍ମିଷ୍ଠା ଓ ଝୁନାକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଏହା ସହିତ ଆସନ୍ତା ୭ ତାରିଖ ଦିନ ଗୋଟାଏ ସୁଦ୍ଧା ଶର୍ମିଷ୍ଠା ଏବଂ ଝୁନାକୁ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।