Related Contents

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପଲସ୍ ପୋଲିଓର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପଲସ ପୋଲିଓ ସପ୍ତାହର ଶୁଭାରମ୍ଭ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନ।

ଆଜିର ଏହି କାର୍ଯ୍ୟକ୍ରମ ହସପିଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତ ରାୟଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅନୀଲ କୁମାର ମିଶ୍ର, ଡଃ ଅଜୟ କୁମାର ବୈଠାରୁ, ଅତିରିକ୍ତ ଚିକିତ୍ସା ଅଧିକାରୀ ସୁଦୀପ କେସ (ଡି ପି ଏମ) ଡ଼ଃ ସପନ କୁମାର ଡିଣ୍ଡା ମୁଖ୍ୟ ଚିକିତ୍ସାଳୟରେ ଥିବା ଛୋଟ ଛୋଟ ଛୁଆଙ୍କୁ ପୋଲିଓ ଡ୍ରପ ଦେଇଥିଲେ ।

ଅଗାମୀ ଏକ ସ୍ୱତନ୍ତ୍ର ଟିମ ମାଧ୍ୟମରେ ଅପହଞ୍ଚ ଅଞ୍ଚଳଗୁଡିକ ଏବଂ ସ୍ବାଭିମାନ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯିବ ସହିତ ଜିଲ୍ଲାରେ ଶତପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବାକୁ ଲକ୍ଷ୍ୟରଖାଯାଇଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

Comments are closed.