Thursday, March 28, 2024

Top 5 This Week

Related Posts

ହୁହୁ ହୋଇ ବଢୁଛି ତୈଳଦର : ପୁଣି ୪୦ ପଇସା ଲେଖାଏଁ ବଢିଲା ପେଟ୍ରୋଲ ଓ ଡିଜେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୪) : ହୁହୁ ହୋଇ ବଢୁଛି ତୈଳଦର । ତେଲ ଦର ପୁଣି ବଢିଛି । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି ।

ହୁହୁ ହୋଇ ବଢୁଛି ତୈଳଦର, ଏହି କ୍ରମରେ ରବିବାର ତ୍ରୟୋଦଶ ଦିନ ପେଟ୍ରୋଲ ଓ ଡିଜେଲ ୪୦ ପଇସା ଲେଖାଏଁ ବଢ଼ିଛି । ଫଳରେ ଆଠ ଦିନରେ ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଦେଶରେ ୫ ରାଜ୍ୟ ର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା ।

ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ଦର ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ । ଏନଡି ଟିଭି ର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୧୦ ଟଙ୍କା ୭୮ପଇସା ଥିବା ବେଳେ ଡିଜେଲ ୧୦୦ ଟଙ୍କା ୫୩ ପଇସା ରହିଛି ।

ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ସୋମବାର ୧୦୩ ଟଙ୍କା ୮୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୫ ଟଙ୍କା ୮୩ ପଇସା ଦରରେ ବିକ୍ରି ହେଉଛି । ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୮ ଟଙ୍କା ୪୧ ପଇସା କୁ ପହଞ୍ଚିଥିବା ବେଳେ ଡିଜେଲ ୧୦୩ ଟଙ୍କା ୦୭ ପଇସା ଦରରେ କାରବାର ହେଉଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୪୫ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୮.୨୨ ପଇସା ଦରରେ ବିକ୍ରି ହେଉଛି ।

Popular Articles