ଶ୍ରୀମନ୍ଦିରରେ ଆଜି ଖସାପଡ଼ା ନୀତି : ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

0
149
ଶ୍ରୀମନ୍ଦିରରେ

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୦୪/୦୪) : ଶ୍ରୀମନ୍ଦିରରେ ଆଜି ଖସାପଡ଼ା ନୀତି । ଏହି ଉପଲକ୍ଷେ ଅପରାହ୍ନ ୪ ରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହି ନୀତିକାନ୍ତି ଆରମ୍ଭ ହେବ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । 

ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ ଅପରାହ୍ନ ୪ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ନୀତିକାନ୍ତି ଅନୁଷ୍ଠିତ ହେବ । ଏହି ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦିତ ହେବ । ଅପରାହ୍ଣ ୪ ଟାରେ ଏହି ସେବା ପାଇଁ ଦଇତାପତିମାନେ ପ୍ରବେଶ କରିବେ ।