Related Contents

ହାତୀପକାନା ଗ୍ରାମରେ ଅଜଣା ମହିଳା, ପରିବାରକୁ ଖୋଜୁଛି

ବୈପାରୀଗୁଡା (ଏନ.ସନ୍ତୋଷ): କୋରାପୁଟ ଜିଲ୍ଲ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଂଚାୟତର ହାତୀପକାନା ଗ୍ରାମରେ ଜଣେ ଅଜଣା ମହିଳାଙ୍କୁ ଦେଖିବାକୁ ମିଳିଛି |

ପ୍ରାୟ ଏକ ବର୍ଷପୂର୍ବେ ଉକ୍ତ ମହିଳା ହାତୀପକାନା ଗ୍ରାମରେ କୌଣସି କାରଣ ବଶତଃ ପହଁଚିଯାଇଛି ହେଲେ ତାଙ୍କ ସ୍ମରଣ ଶକ୍ତି କମିଯିବା ଫଳରେ ନିଜ ଠିକଣା ସଠିକ ଭାବେ ପ୍ରକାଶ କରିପାରୁନାହାନ୍ତି | ଉକ୍ତ ମହିଳା କହିବା ଅନୁସାରେ ତାଙ୍କ ନାମ ପୂର୍ଣ୍ଣି ଗୌଡ଼, ସ୍ୱାମୀ ଗୋପୀ ଓ ପୁଅ ବାସୁଦେବ ବୋଲି କହୁଥିବା ବେଳେ ଗ୍ରାମର ନାମ ସଠିକ ଭାବେ ନ କହି କେତେବେଳେ ଝରୀଗାଁ ମେଡିକାଲ ପାଖରେ ବୋଲି କହୁଥିବା ବେଳେ ଆଉ କେତେବେଳେ ଦାବରୀଗୁଡା , ନୂଆଗୁଡା, କାରଶାହାଣ୍ଡି, ବାଣୁଆଗୁଡା କି ଏକଂବା ବୋଲି ମଧ୍ୟ କହୁଛି | ଏଣୁ ଗ୍ରାମବାସୀ କିଏ କେତେ ବେଳେ ଖାଇବାକୁ ଦେଇ ଗତ ଏକ ବର୍ଷ ହେଲା ରଖିଛନ୍ତି | ଯଦି ଏହି ମହିଳାଙ୍କ ସଠିକ ଠିକଣା ମିଳିଯାଏ ତେବେ ଗ୍ରାମବାସୀ ଏହି ମହିଳାଙ୍କୁ ନିଜ ଘରକୁ ପଠାଇଦେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |

Comments are closed.