Related Contents

ଏଟିଏମ ସେବା ଠପ, ଗ୍ରାହକ ହନ୍ତସନ୍ତ

ବୈପାରୀଗୁଡା (ଏନ.ସନ୍ତୋଷ): କୋରାପୁଟ ଜିଲ୍ଲା ବୈପାରୀଗୁଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏଟିଏମ ରେ ଏକ ସପ୍ତାହ ହେଲାଣି ତାଲା ଝୁଲୁଛି |

ଏଥିରେ ବୈପାରୀଗୁଡା ବ୍ଲକ ସହ ପଡୋଶୀ ବ୍ଲକର ଗ୍ରାହକ ଙ୍କ ମଧ୍ୟରୁ ଅଧିକାଂଶ ଗ୍ରାହକ ଏଟିଏମ ସେବାରୁ ବଂଚିତ ହୋଇ ହନ୍ତସନ୍ତ ହେଉଛନ୍ତି | ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଏଟିଏମର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି | ଅନ୍ୟପଟେ ବୈପାରୀଗୁଡା ଷ୍ଟେଟ ବ୍ୟାଙ୍କରେ କର୍ମଚାରୀ ଅଭାବ ଯୋଗୁଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି | ଦୂରଦୂରାନ୍ତରୁ ଆସୁଥିବା ଗ୍ରାହକଙ୍କୁ ଏଠାରେ ରାତ୍ରି ଯାପନ ମଧ୍ୟ କରିବାକୁ ପଡୁଛି | ଏହି ଅସୁବିଧାର ସମାଧାନ ଶୀଘ୍ର କରିବାକୁ ସାଧାରଣରେ ଆଲୋଚନା ହେଉଛି ନ ହେଲେ ଗ୍ରାମବାସୀ ବିକ୍ଷୋଭ କରିବେ ବୋଲି ଧମକ ଦେଇଛନ୍ତି |

Comments are closed.