ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବୀରେ ଜନ ଅସନ୍ତୋଷ

0
133
ବିଶୁଦ୍ଧ ଜଳ ଯୋଗାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ହରଭଙ୍ଗା, (୦୨/୦୪) : ରାଜ୍ୟ ସରକାରଙ୍କର 5T ଅଧୀନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହରଭଙ୍ଗା ଠାରେ ଫେଲ ମାରିଛି । ପ୍ରାୟ ୩୦୦୦ ଜନ ସଂଖ୍ୟା ବିଶିଷ୍ଟ ୫ ଟି ୱାର୍ଡରେ ହରଭଙ୍ଗା ଗ୍ରାମରେ ଜଳ ଯୋଗଣ ବ୍ୟବସ୍ଥା ଟି ଉଜୁଡି ପଡିଛି । ଓଭରହେଡ ପାଣିଟାଙ୍କି ଅଚଳ ହୋଇପଡିଛି ।

ଗ୍ରାମ ର ସମସ୍ତ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଈଁ ଘୋର ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି । ବର୍ତମାନ ୩ ଦିନରେ ଥରେ ବିଭାଗ ତରଫରୁ ପାଣି ମନଇଚ୍ଛା ଯୋଗାଇ ଦିଆଯାଉଛି । ଯାହାକି ସମୁଦ୍ରକୁ ଶଙ୍ଖେ । ଏଥିପାଈଁ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି । ସଂପ୍ରତି ବର୍ତମାନ ତାପମାତ୍ରା ୪୨° ରୁ ଅଧିକ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଫଳରେ କୂପ, ପୋଖରୀ, ନାଳ ସୁଖୀ ଗଲାଣି ଲୋକେ ପାଣି ପାଈଁ ହାହାକାର ହେଉଥିବା ସମୟରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ବେପାରୁଆ ମୋନଭାବ ଲୋକଙ୍କ ଜୀବନକୁ ଆଘାତ ଦେଇଛି ।

ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବସୁଧା’ କାଯ୍ୟକ୍ରମ ହରଭଙ୍ଗା ଗ୍ରାମରେ ଏକ ପ୍ରହସନ ପାଲିଟିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ଗ୍ରାମର ସମସ୍ତ ଗୃହକୁ ପାନୀୟ ଜଳ ସବୁଦିନେ ଯୋଗାଇଦେବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି ଏବଂ ମାନ୍ୟବର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।