Related Contents

ବିଜେଡିର ପୌରସ୍ତରୀୟ ୱାର୍ଡ ବୈଠକ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି): ବିଜେଡିର ପୌରସ୍ତରୀୟ ୱାର୍ଡ ବୈଠକ ସ୍ଥାନୀୟ ରିସର୍ଟ ଠାରେ ଜିଲ୍ଲା ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ନବରଙ୍ଗପୁର ପୋୖରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ଆଗାମୀ ନିର୍ବାଚନରେ ବିଜେଡି ନବରଙ୍ଗପୁର ପୋୖରାଞ୍ଚଳ ସହ ୪ ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ଅକ୍ତିଆର କରିବ ବୋଲି ସଭାପତି କହିଥିଲେ । ଜିଲ୍ଲା ଉପସଭାପତି ସୁବାଷ ଦାଶ କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରୁଥିବା ଅଭିଯୋଗ କରିଥିଲେ । ଜିଲ୍ଲା ବିଜେଡିରେ କୌଣସି ମତଭେଦ ନାହିଁ ମୁଖ୍ୟମନ୍ତ୍ରୀ ଯାହାକୁ ଦଳୀୟ ଟିକେଟ ଦେବେ ତାହା ପାଇଁ ସମସ୍ତ ନେତା ଓ କର୍ମୀମାନେ କାମ କରିବେ ବୋଲି ଉପସ୍ଥିତ ନେତା ମାନେ କହିଥିଲେ ।

ଉପସ୍ଥିତ ସମସ୍ତ ବିଜେଡି ନେତା ଓ କର୍ମୀମାନଙ୍କୁ ନିଜ ନିଜ ସ୍ୱାର୍ଥ ଛାଡି ଦଳର ସ୍ୱାର୍ଥ ପାଇଁ କାମ କରିବାକୁ ସ୍ୱତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷା ମଞ୍ଜୁଳା ମାଝୀ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ସଭାପତି ପ୍ରହଲ୍ଲାଦ ତ୍ରିପାଠୀ , ଉପସଭାପତି ସୁବାଷ ଦାଶ , ସ୍ୱତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷା ମଞ୍ଜୁଳା ମାଝୀ, ବରିଷ୍ଠ ନେତା ସଦାଶିବ ପ୍ରଧାନୀ, ଜିଲ୍ଲା ସଂଯୋଜକ ପ୍ରମୋଦ ପାଢ଼ୀ, ନଗର ସଭାପତି ପ୍ରମୋଦ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ପଟ୍ଟନାୟକ, ପୂର୍ବତନ ପୋୖରାଧ୍ୟକ୍ଷା ବସନ୍ତି ସୌରା , ପିଣ୍ଟୁ ମିଶ୍ର , ତାପସ ତ୍ରିପାଠୀ , ଦିଲୁ ପଣ୍ଡା ସମେତ ପୂର୍ବତନ କାଉନସିଲର ଗଣ ସହ ବହୁ ସଂଖ୍ୟକ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ।

Comments are closed.