Advertisements

ନୂଆ ଥାନା ଅଧିକାରୀଙ୍କ ଯୋଗଦାନ

ରାୟଗଡ(ଗୋପୀନାଥ ଗୌଡ଼): ରାୟଗଡା ଥାନାରେ ନୂଆ ଥାନା ଅଧିକାରୀ ଭାବେ ନିହାର ରଞ୍ଜନ ପ୍ରଧାନ ଯୋଗଦେଇଛନ୍ତି ।

ଶ୍ରୀ ପ୍ରଧାନ ପୂର୍ବରୁ ୩ବର୍ଷ ବ୍ରହ୍ମପୁର ଟାଉନ ଥାନା ଅଧିକାରୀ ରୂପେ ନିଷ୍ଠାପର ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ସେହି ସମୟରେ ଡନ ରମେଶ ଚନ୍ଦ୍ର ଜେନାଙ୍କୁ ସେ ୬ ମାର୍ଚ୍ଚ ୨୦୧୭ରେ ଭୁବନେଶ୍ୱରରୁ ଗିରଫ କରିଥିଲେ । ଏଥିସହ ରମେଶ ଦୁର୍ଗକୁ ଭାଙ୍ଗୀବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ ଥିଲା ।

ବଡ଼ ବଡ଼ ଅପରାଧୀଙ୍କୁୁ ଗିରଫ କରିବାରେ ସେ ସଫଳ ମଧ୍ୟ ହୋଇଥିଲେ ।ସେହିପରି ରାୟଗଡା ଥାନା ଅଧିକାରୀଙ୍କୁ କାଶୀପୁର ବ୍ଲକ ଦୋରାଗୁଡା ଥାନାକୁ ବଦଳି କରାଯାଇଥିବା ବେଳେ, ମୁନିଗୁଡା ଥାନା ଅଧିକାରୀ ଭାବେ ରାଜେନ୍ଦ୍ର ଦେହୁରୀ, ଚାନ୍ଦୀଲି ଥାନା ଅଧିକାରୀ ଭାବେ ଖିରେଶ୍ୱର ସାହୁ, ସେସଖାଲ ଥାନା ଅଧିକାରୀ ଭାବେ ବିଜୟ ଲକ୍ଷ୍ମୀ ହିକକା ଯୋଗଦେଇଛନ୍ତି।

Advertisements

Comments are closed.