Related Contents

ଉତ୍କଳ ଆଲୁମିନା ବାଫିଲ ମାଳି ଖଣି ଅଂଚଳରେ ମହିଳା ଦିବସ ପାଳିତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଉତ୍କଳ ଆଲୁମିନା କାରଖାନାର ବାଫିଲ ମାଳି ଖଣି ଅଂଚଳରେ ଅବସ୍ତିତ ମହିଳା ମାନଙ୍କୁ ନେଇ ମହିଳା ଦିଵଶ ମହା ଆଡମ୍ବରରେ କାଶୀପୁର ବ୍ଲକ ଅନ୍ତର୍ଗତ ମାଇକାଞ୍ଚ ପଂଚାୟତର ଯୋଗୀପଋତୁଣ୍ଡ ଠାରେ ପାଳିତ ହୋଇଯାଇଛି |

ଏଥିରେ ୭୦୦ରୁ ଉର୍ଦ୍ଧ ମହିଳା ଭାଗନେଇଥିଲେ | ମହିଳା ମାନଙ୍କ ଉନ୍ନତି ନିମନ୍ତେ ଉତ୍କଳ ଆଲୁମିନା ବିଭିନ ପ୍ରକାର କାର୍ୟକ୍ରମ ମାନ କରିଛି ବୋଲି ଉପସ୍ଥିତ ମହିଳା ମାନେ କମ୍ପାନୀକୁ ଅଶେଷ ଧନ୍ୟବାଦ ଜଣାଇଥିଲେ | କମ୍ପାନୀ ଦୋରଗୁଡ଼ା ଠାରେ ଆରମ୍ଭ ହେବାରୁ କାଶୀପୁର ଅଂଚଳର ଆଦିବାସି ମହିଳା ମାନଙ୍କର ଜୀବନ ଧାରାରେ ବହୁତ ଉନ୍ନତି ଘଟିଛି | ଯଦି ଏହିଠାରେ କମ୍ପାନୀ ନ ହୋଇଥିଲେ ଏହି ଅଂଚଳର ଆଦିବାସି ମହିଳାମାନେ ଅନ୍ଧକାର ମଧ୍ୟରେ ଗତି କରିଥାନ୍ତେ ବୋଲି ମତଦେଇଥିଲେ |

ଏହି କର୍ଯ୍ୟକ୍ରମକୁ କାଶୀପୁର ତହସିଲଦାର ଶ୍ରୀ ସୌଭାଗ୍ୟ ବେହେରା ଓ ସିଡିପିଓ ଶ୍ରୀମତୀ ନଳିନୀ ବୈରାଗୀ ଉଦ୍ଘାଟନ କରିଥିଲେ | ଉତ୍କଳ ଆଲୁମିନାର ଯୁଗ୍ମ ସଭାପତି ଶ୍ରୀ ମାଜ଼ାହୁର ଉଲ୍ଲା ଯୋଗ ଦେଇ କହିଥିଲେ କମ୍ପାନୀ ଭବିଷ୍ୟତରେ ଏହି ପରି କାର୍ୟକ୍ରମ କରିବା ପାଇଁ ବଦ୍ଧ ପରିକର | ଏହି କାର୍ଯ୍ୟକ୍ରମରେ ଶ୍ରୀ ବି କେ ପାଢ଼ୀ ଉପ ସଭାପତି ଉତ୍କଳ ଆଲୁମିନା, ଡାକ୍ତର ଲୋପାମୁଦ୍ରା ପ୍ରିୟଦର୍ଶିନୀ ଜି ଏମ ସି ଏସ ଆର, ଶ୍ରୀ ଶିବଶଙ୍କର ମହାପାତ୍ର ଡି ଜି ଏମ ସି ଏସ ଆର ଓ ହିଂନୁ ବେଇଗି, ସୁଧା କ୍ରିଷ୍ଣା ଉତ୍କଳୀନ କ୍ଲବ ଯୋଗ ଦେଇଥିଲେ |

Comments are closed.