ଖେଦାପଡା ମା ଦକ୍ଷୀଣକାଳୀଙ୍କ ଅଷ୍ଟଧାତୁର ଚୋରି ଘଟଣା, ପୋଲିସ ଚୁପ

ରାୟଗଡା (ଅମୁଲ୍ୟ ନିସଙ୍କ): ଖେଦାପଡା ମା ଦକ୍ଷୀଣକାଳୀଙ୍କ ଅଷ୍ଟଧାତୁର ଚୋରି ହେବାର ଦୀର୍ଘ ୫୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୋରର ତିଳେ ମାତ୍ର ସନ୍ଧାନ ପାଇପାରୁନାହିଁ |

ଘଟଣାରୁ ପ୍ରକାଶ ଯେ ଗତ ୧୭.୦୧. ୨୦୧୯ରେ ଖେଦାପଡା ଗ୍ରାମର ମଧ୍ୟ ଭାଗରେ ଅବସ୍ଥିତ ମା ଦକ୍ଷିଣକାଳୀଙ୍କ ମନ୍ଦିରରୁ ମାଙ୍କ ଅଷ୍ଟଧାତୁ ରେ ନିର୍ମିତ ମୂର୍ତ୍ତିକୁ କେହି ଦୁର୍ବୁତ୍ତ ଚୋରି କରି ନେଇଯାଇଛି | ଯଦ୍ୱାରା ମନ୍ଦିରର ପୂଜା ଅର୍ଚନା ଦୀର୍ଘ ୫୦ଦିନ ହେବ ବନ୍ଦ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ପୋଲିସ ଅଧିକାରୀ ମାନେ ଗାଁକୁ ଆସି ଘଟଣାର ତଦନ୍ତ କରିଛନ୍ତି କିନ୍ତୁ କୌଣସି ଦୁର୍ବୁର୍ତ୍ତକୁ ଧରିବାରେ ସମର୍ଥ ହୋଇପାରିନାହାନ୍ତି | ତେଣୁ ଯଥାଶୀଘ୍ର ଚୋରକୁ ଧରି ମୂର୍ତ୍ତି ଉଦ୍ଧାର କରିବାନିମନ୍ତେ ଦାବିକରିଛନ୍ତି | କେମେରା ସାମନାରେ ପୋଲିସ କିଛି ନକହି ଘଟଣାର ତଦନ୍ତ ଅଧିକାରୀ ବଦଳି ହୋଇ ଚାଲିଯାଇଛନ୍ତି ଅନ୍ୟ ଅଧିକାରୀଙ୍କୁ ତଦନ୍ତ ଦାଇତ୍ୱ ଦିଆଯିବ ବୋଲି ଚାନ୍ଦିଲି ଥାନା ଡ଼ିଏସପି ସତ୍ୟବିକାଶ ଭୂୟାଁ କହିଛନ୍ତି |

Comments are closed.