Friday, March 29, 2024

Top 5 This Week

Related Posts

ମାନ୍ୟବର ବିଚାରପତି ଙ୍କ ଦ୍ବାରା ସମାଲୋଚ୍ୟ ସାକ୍ଷୀ ଅଭିସାକ୍ଷ୍ୟ କେନ୍ଦ୍ର ଉଦଘାଟିତ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୨/୪) : ଜୟପୁର ଠାରେ ଆଜି ଭାରତ ର ସର୍ବୋଚ୍ଚ ନ୍ୟାୟାଳୟ ର ମାନ୍ୟବର ବିଚାରପତି ତଥା ଇ-କମିଟି ର ଚେୟାରମ୍ୟାନ୍ ମାନ୍ୟବର ଜଷ୍ଟିସ୍ ଡଃ ଡି.ଓ୍ବାଇ .ଚନ୍ଦ୍ରଚୂଡ, ଇ -କମିଟି ର ଭାଇସ ଚେୟାରମ୍ୟାନ୍ ମାନ୍ୟବର ଜଷ୍ଟିସ୍ ଆର. ସି. ଚଭନ, ଭି.ଡବ୍ଲ୍ୟୁ.ଡି.ସି. କମିଟି ର ଅଧ୍ୟକ୍ଷା ତଥା ଜମ୍ମୁ ଓ କଶ୍ମୀର ର ପୂର୍ବତନ ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଗୀତା ମିତ୍ତଲ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟ ର ମାନ୍ୟବର ମୂଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ୍. ମୁରଲୀଧର ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟ ର ଅନ୍ୟ ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ ଓଡିଶାର ବିଭିନ୍ନ ଜିଲ୍ଲା ସମେତ କୋରାପୁଟ ଜିଲ୍ଲା ପାଇଁ ଭଲନେରେବଲ ଓ୍ବିଟନେସ୍ ଡିପୋଜିସନ ସେଣ୍ଟର (ସମାଲୋଚ୍ୟ ସାକ୍ଷୀ ଅଭିସାକ୍ଷ୍ୟ କେନ୍ଦ୍ର), ଭରଚୁଆଲ କୋର୍ଟ, ଇ-ଫାଇଲିଂ ଭର୍ଶନ 3.0 ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି ।468100c1 74b6 40ed 9d46 3566f3660b43 ମାନ୍ୟବର ବିଚାରପତି ଙ୍କ ଦ୍ବାରା ସମାଲୋଚ୍ୟ ସାକ୍ଷୀ ଅଭିସାକ୍ଷ୍ୟ କେନ୍ଦ୍ର ଉଦଘାଟିତ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଶ୍ରୀ ବିଶ୍ୱଜିତ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ବିଚାରପତି ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ଭି.ଡବ୍ଲ୍ୟୁ.ଡି.ସି. କମିଟିର ସଦସ୍ୟ ଜଷ୍ଟିସ ଶ୍ରୀ ବିଭୁ ପ୍ରସାଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍, କୋରାପୁଟ-ଜୟପୁର ଶ୍ରୀ ସୌମେନ୍ଦ୍ର କୁମାର ରାୟଗୁରୁ, ଜିଲ୍ଲା ଓକିଲ ସଂଘ, ଜୟପୁରର ସଭାପତି ଶ୍ରୀ ସରୋଜ କୁମାର ଦାଶ,ସମ୍ପାଦକ ଶ୍ରୀ ଆନନ୍ଦ ରଥ, ସରକାରୀ ଓକିଲ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତି ଶୈଳଜା ପଟ୍ଟନାୟକଙ୍କ ସମେତ ଜିଲ୍ଲା ଓକିଲ ସଂଘ, ଜୟପୁର ର ଅନ୍ୟ ସମସ୍ତ ସଭ୍ୟ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏତତ୍ ବ୍ୟତୀତ କୋରାପୁଟ ନ୍ୟାୟପାଳିକା ର ଅନ୍ୟ ସମସ୍ତ ମାନ୍ୟବର ବିଚାରପତି ଯଥା ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ରାଜେଶ କୁମାର ନାୟର, ମୂଖ୍ୟ ବିଚାର ବିଭାଗୀୟ ମାନ୍ୟବର ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ରେଜିଷ୍ଟ୍ରାର ଶ୍ରୀ ଦିଲ୍ଲୀପ କୁମାର ସାହୁ, ମହିଳା ଅଦାଲତର ମାନ୍ୟବର ବିଚାରପତି ଶ୍ରୀମତି ଅଞ୍ଜଳି ମାଛଖଣ୍ଡ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ଶୁଭ ଗୌତମ ମିଶ୍ର ଓ ମାନ୍ୟବର ଏସ.ଡି.ଜେ.ଏମ୍. ଶ୍ରୀମତି ରେଖାରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କୋରାପୁଟ ବରିଷ୍ଠ ଦେଓ୍ବାନି ମାନ୍ୟବର ବିଚାରପତି ଶ୍ରୀମତି ନିଶା ସାମଲ, ମାନ୍ଯବର ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ସୁନନ୍ଦା ପ୍ରଧାନ, ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରୁଦ୍ର ପ୍ରକାଶ ନାୟକ, ମାନ୍ୟବର ସ୍ଵତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଗୟାଧର ପାଣିଗ୍ରାହୀଙ୍କ ସମେତ କୋରାପୁଟ, ଲମତାପୁଟ, ଲକ୍ଷ୍ମୀପୁର, ଦଶମନ୍ତପୁର, ବୋରିଗୁମ୍ମା, କୋଟପାଡ଼ ଓ ସେମିଳିଗୁଡ଼ା ର ସ୍ଥାନୀୟ ମାନ୍ୟବର ବିଚାରପତି ମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଏହି ଅଭିସାଖ୍ୟ କେନ୍ଦ୍ର ଓ ଭର୍ଚ୍ଚୁଆଲ କୋର୍ଟ ମାଧ୍ୟମରେ ଦୂର ଦୂରାନ୍ତରେ ଥିବା ସମସ୍ତ ସରକାରୀ ସାକ୍ଷୀ, ଓକିଲ ଓ ଅନ୍ୟାନ୍ୟ ଉପଯୁକ୍ତ ସାକ୍ଷୀମାନେ ଉପକୃତ ହେବା ସହ ଉଚିତ ନ୍ୟାୟ ପ୍ରକ୍ରିୟାରେ ସହାୟକ ହୋଇ ପାରିବେ । ଏତଦ ବ୍ୟତୀତ ଇ-ଫାଇଲିଂ 3.0 ମାଧ୍ୟମରେ ଇ ସେବା ଦ୍ବାରା ଉପଲବ୍ଧ ବିଭିନ୍ନ ସେବା ମଧ୍ୟ ତ୍ବରାନ୍ବିତ ହୋଇପାରିବ । ଏହି ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତ ର ସିଷ୍ଟମ ଅଫିସର ଶ୍ରୀ ରଜନୀକାନ୍ତ ଲିମା ଓ ସହଯୋଗୀ ଶ୍ରୀଯୁକ୍ତ ରାଜେଶ ସିଂ, ଶ୍ରୀ ସନ୍ତୋଷ କୁମାର କନ୍ଧପାନ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନ୍ୟାୟାଳୟ ପରିଚାଳକ ଶ୍ରୀ ନିତ୍ୟାନନ୍ଦ ମହାନ୍ତି, ନାଜୀର ଏ. ରମେଶ କୁମାର, ନାଏବ ନାଜିର ଶ୍ରୀ ଦେବେନ୍ଦ୍ର କୁମାର ନାୟକ, ମୂଖ୍ୟ କିରାଣି ଶ୍ରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles