Related Contents

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ୍ୟୁ ଓ ୨ଗୁରୁତର

କୋଦଳା,ଗଂଜାମ(ଜଗନ କୁମାର ସେଠି): କୋଦଳା ଥାନା ମା ବାଘୁଆ ଠାକୁରାଣୀ ବାଙ୍କ ନିକଟରେ ଗୁରୁବାର ରାତ୍ର ୧୦ ଘଣ୍ଟା ସମୟରେ ବାଇକରୁ ପଡି ଜୟ ନାୟକ (୪୫) ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି |

ବାଇକ ଆରୋହୀ ଜାପଟାକୋଲଣି ଗ୍ରାମର ଉତ୍ତମ ନାୟକ (୨୬) ଓ କୁମାରୀ ନାୟକ (୫୫) ଆହତ ହୋଇଛନ୍ତି | ସୂଚନା ଅନୁସାରେ, ନିଜ ଗ୍ରାମରୁ ରେଡବ୍ଲାକ ପଲସର ବାଇକରେ ବାହାରି ଦେଉଳପଲ୍ଲୀ ଅଭିମୁଖେ ଯାଉଥିବା ବେଳେ କୋଦଳା ବାଘୁଆ ଠାକୁରାଣୀ ବାଙ୍କ ନିକଟରେ ଦୁର୍ଘଟଣା ହୋଇଥିଲା | ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ରାମପୁଲି ଗ୍ରାମର ଜୟ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ୨ଜଣଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଛନ୍ତି | ଘଟଣା ସ୍ଥଳରେ କୋଦଳା ଥାନାର ଏସ.ଆଇ ଶ୍ରୀ ଅନିଲ କୁମାର ସାହୁ, ଶ୍ରୀ ଲୋକନାଥ ବେହେରା ପହଞ୍ଚି ଅନୁସନ୍ଧାନ କରିବା ସହ ମୃତ୍ୟୁ ଶବକୁ ଜବତ କରି ବ୍ରହ୍ମପୁର ପଠାଇଛନ୍ତି |

Comments are closed.