ତେଲ ଦର ପୁଣି ୮୫ ପଇସା ବଢିଲା : ଜାଣନ୍ତୁ କେତେ ଟପିଲା ପେଟ୍ରୋଲ ଦର

0
147
ତେଲ ଦର ପୁଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୪) : ଗୋଟିଏ ଦିନ ର ବ୍ୟବଧାନ ପରେ ତେଲ ଦର ପୁଣି ପେଟ୍ରୋଲ ଓ ଡିଜେଲ କମ୍ପାନୀଗୁଡିକ ବଢାଇଛନ୍ତି । ଶନିବାର ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବଢିଛି ।

ତେଲ ଦର ପୁଣି ୮୫ ପଇସା ବଢିଲା, ଫଳରେ ଶନିବାର ଭୁବନଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୫୦ ପଇସା ର ଏବଂ ଡିଜେଲ ଦର ୯୯ ଟଙ୍କା ୨୭ ପଇସାରେ ପହଞ୍ଚଛି । ୩୧ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୬୫ ଏବଂ ଡିଜେଲ ଦର ୯୮ ଟଙ୍କା ୪୨ ପଇସା ରହିଥିଲା । ଗତ ୨୨ ତାରିଖ  ରୁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଗତ ଦିନ ମଧ୍ୟରେ ପେଟ୍ରୋଲ ୭ ଟଙ୍କା ୬୯ ଏବଂ ଡିଜେଲ ୭ ଟଙ୍କା ୬୫ ପଇସା ମହଙ୍ଗା ହୋଇଯାଇଛି ।