ଜମାଟଙ୍କା ଫେରସ୍ତ ଦାବିରେ ସାହାରା ଅଫିସ୍ ଘେରାଉ

0
189
ଜମାଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଚୌଦ୍ୱାର, (୦୨/୦୪) : ଦୀର୍ଘଦିନ ଧରି ସଞ୍ଚିିତ ଜମାଟଙ୍କା ଫେରି ନ ପାଇବାରୁ ଚୌଦ୍ୱାରସ୍ଥିତ ସାହାରା ଇଣ୍ଡିଆ ଅଫିସ୍ ଭିତରେ ମ୍ୟାନେଜରଙ୍କୁ ଶତାଧିକ ଜମାକାରୀ ଓ ସାହାରା ଏଜେଣ୍ଟ ଘେରିଥିଲେ ।WhatsApp Image 2022 04 02 at 11.50.51 AM ଜମାଟଙ୍କା ଫେରସ୍ତ ଦାବିରେ ସାହାରା ଅଫିସ୍ ଘେରାଉ

ସୂଚନା ଅନୁଯାୟୀ ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ବହୁ ଜମାକାରୀଙ୍କ ସ୍ଥାୟୀ ଜମାଟଙ୍କା ପ୍ରଦାନକୁ ନେଇ ସାହାରା ଇଣ୍ଡିଆ ତରଫରୁ ଅନିୟମିତତା ଦେଖା ଦେଇଛି । ଜମାକାରୀଙ୍କ ଠାରୁ ଏଜେଣ୍ଟ ମାନେ ଆଦାୟ କରି ଆଣିଥିବା ଟଙ୍କା ଅଫିସରେ ଜମା କରିଥିବା ଏବଂ ଉକ୍ତ ଜମାରାଣି ର ମିଆଦି ପୂରଣ ହୋଇ ସାରିଥିଲେ ସୁଦ୍ଧା ଜମାକାରୀ ମାନଙ୍କୁ ଅର୍ଥ ଠିକ୍ ସମୟରେ ଫେରସ୍ତ କରାଯାଉ ନଥିବା ଅଭିଯୋଗ ହେଉଛି ।

ଯାହାକୁ ନେଇ ଜମାକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଜାମାରାଶି ଫେରାଇବା ପାଇଁ ସେମାନେ ସେମାନଙ୍କ ଏଜେଣ୍ଟ ମାନଙ୍କ ଉପରେ ଚାପ ପକାଉଥିବା ବେଳେ ଏଜେଣ୍ଟମାନେ ଅଫିସରୁ ଟଙ୍କା ଉଠାଣ କରି ପାରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଠି ହୋଇଥିବା ଜଣା ପଡ଼ିଛି ।

ଶୁକ୍ରବାର ଦିନ ଜମାକାରୀ ମାନେ ଏକଜୁଟ ହୋଇ ସାହାରା ଇଣ୍ଡିଆ ଅଫିସ୍ ଭିତରେ ପାଟିତୁଣ୍ଡ କରିବା ଫଳରେ କିଛି ସମୟ ଧରି ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତ ସୃଷ୍ଠି ହୋଇଥିଲା । ହିତାଧିକାରୀ ମାନଙ୍କ ଜମାଟଙ୍କା ଫେରସ୍ତ ଦିଆଯିବ ବୋଲି ଶାଖା ପରିଚାଳକ ପରେଶ ମହାପାତ୍ର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।