Friday, March 29, 2024

Top 5 This Week

Related Posts

ବଲିଉଡ ର ସେଲିବ୍ରେଟିଙ୍କ ଠାରୁ ଷ୍ଟାଟସରେ କମ୍ ନୁହନ୍ତି କମେଡ଼ି ଷ୍ଟାର କପିଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୪) : ବଲିଉଡ ଓ ଟେଲିଭିଜନ ଦୁନିଆ ର ପ୍ରସିଦ୍ଧ କମେଡିଆନ୍ କପିଲ ଶର୍ମାଙ୍କର କୌଣସି ପରିଚୟ ଦେବାର ଆବଶ୍ୟକ ନାହିଁ । କପିଲ କଡ଼ା ସଂଘର୍ଷ କରି ତଳ ସ୍ତରରୁ ଉଠି କମେଡ଼ି ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ପ୍ରାରମ୍ଭିକ ଷ୍ଟ୍ରଗଲ ଟାଇମରେ କପିଲ ବଲିଉଡ ରେ ଜଣେ ସିଙ୍ଗର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ । ମାତ୍ର କମେଡ଼ି ତାଙ୍କୁ ଅସଲ ପରିଚୟ ଦେଇଥିଲା ଓ ଆଜି ସେ ଭାରତ ର ସବୁଠାରୁ ଧନୀ କମେଡ଼ିଆନ ପାଲଟି ଯାଇଛନ୍ତି । ଏକ ରିପୋର୍ଟ ଅନୁସାରେ, ଆଜିର ସମୟରେ କପିଲଙ୍କ ପାଖରେ ପାଖାପାଖି ୩୦୦ କୋଟି ଟଙ୍କା ରହିଛି । ସେ ଗୋଟିଏ ଶୋ କରିବା ପାଇଁ ୫୦ ଲକ୍ଷ ରୁ ୭୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଆଜି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି କପିଲ । ପ୍ରତ୍ୟେକ ବର୍ଷ କପିଲଙ୍କର ନେଟୱର୍ଥ ୧୫ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ଗତ ୫ ବର୍ଷ ମଧ୍ୟରେ କପିଲଙ୍କର ମୋଟ ସମ୍ପତ୍ତି ୩୨୫ ପ୍ରତିଶତ ବୃଦ୍ଧି ପାଇଛି । କପିଲଙ୍କର କାର୍ କଲେକ୍ସନ ଦେଖିଲେ ଯେ କେହି ବି ତାଜୁବ୍ ହୋଇଯିବ । ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜ ଏସ୍ କ୍ଲାସ- ୧.୧୯ କୋଟି, ମର୍ସିଡିଜ୍ ବେଞ୍ଜ ସି କ୍ଲାସ- ୫୦ ଲକ୍ଷ, ଏସୟୁଭି ରେଞ୍ଜ ରୋଭର-୯୫.୫୩ ଲକ୍ଷ, ବ୍ଲୋ ଏକ୍ସସି ୯୦- ୮୦ ଲକ୍ଷ ରହିଛି ।

ଏଥିସହ ତାଙ୍କ ପାଖରେ ସୁଜୁକି ହାୟାବୁସା- ୧୫, କାୱାସାକି ନିଞ୍ଜା ଏଚଟୁଆର- ୩୦ ଲକ୍ଷ, ବୁଲେଟ- ୨ ଲକ୍ଷ ରହିଛି । କପିଲଙ୍କର ଗୁରଗାଓଁ ଠାରେ ୧୫ କୋଟି ର ଏକ ଶାନଦାର ବିଲଡିଂ ରହିଛି । ସେଠାରେ ସେ ତାଙ୍କର ମାଆ, ପତ୍ନୀ ଓ କନ୍ୟାଙ୍କ ସହ ରହୁଛନ୍ତି । ତାଙ୍କର ପତ୍ନୀ ଗିନ୍ନି ଛତ୍ରାଥ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ତାଙ୍କର ଫ୍ଲାଟ ର ଫଟୋ ଶେୟାର କରିଥାନ୍ତି । କପିଲଙ୍କର ଏକ ଡ୍ରେସିଂ ଭ୍ୟାନିଟି ନିର୍ମାଣ କରିଛନ୍ତି, ଯାହାର ମୂଲ୍ୟ ପାଖାପାଖି ୫.୫ କୋଟି ।

Popular Articles